ଡେଲାଙ୍ଗ ଥାନା ଆଇଆଇସି ନାବାଳିକା ଶିଶୁକୁ ପାଇଖାନା ଘରୁ ଉଦ୍ଦାର କଲେ
ଡେଲାଙ୍ଗ --- ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଖବର ପାଇଲେ ଯେ ଜଣେ ୬ ବର୍ଷ ଝିଅ ନିଖୋଜ ହୋଇଯାଇଛି । ଏହି ଖବର ପାଇ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ ତୁରନ୍ତ କଣାସ, ଡେଲାଙ୍ଗ ହାଟ ଫାଣ୍ଡି ସହିତ କଲ୍ୟାଣପୁର, ଡେଲାଙ୍ଗ ଷ୍ଠେସନ ବଜାର ଆଦି ଛକ ମାନଙ୍କରେ ସମସ୍ତ ଗାଡି ମଟର ଯାଞ୍ଚ କରାଯିବାସହ ଦୁଇଟି ଗାଡି ପ୍ରୋଟୋଲିଂ କରିଥିଲେ । ପରି ଶେଷରେ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ ନିଜେ ଉକ୍ତ ଗ୍ରାମରେ ପହଞ୍ଚି ତା ସାଙ୍ଗ ସାଥୀ ମାନଙ୍କୁ ପଚାରା ଉଚାର କରିବାପରେ ସେମାନେ ଅଙ୍ଗନୱାଡିରୁ ଆସିବା ପରେ ଏକାଠି ଖେଳିଥିଲେ । ଆଇଆଇସି ଶ୍ରୀ ପଟ୍ଟନାୟକ ଜଣଙ୍କ ବାରିପଟେ ଥିବାପାଇଖାନା ଘର ମଧ୍ୟରେ ଶୋଇ ପଡିଥିବା ନିଖୋଜ ଶିଶୁ ଝିଅକୁ ଉଦ୍ଦାର କରି ପରିବାରଙ୍କୁ ଦେଇଥିବା ଜଣାପଡିଛି । ଏହାକୁ ନେଇ ଏକ ଗୁଜୁବ ପ୍ରଚାର ମଧ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି । ପରିବାର ଓ ଗ୍ରାମାବସୀ ମାନଙ୍କ ପକ୍ଷରୁ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କୁ ସଠିକ ପଦକ୍ଷେପ ନେବାରୁ ଶିଶୁଟି ଉଦ୍ଦାର ହୋଇ ପାରିଥିବାରୁ ତାଙ୍କୁ ସାଧୁବାଦ ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୨/୨୦୨୧---୮,୫୦