ପାଲା ମାଧ୍ୟମରେ କରୋନା ଓ ପରିବେଶ ସୁରକ୍ଷା ସଚେତନତା
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମରେ ଥିବା ବିନ୍ଧ୍ୟବାସିନୀଙ୍କ ପୀଠ ପରିସରରେ କରୋନା ଓ ପରିବେଶ ସୁରକ୍ଷା ସଚେତନତା ପାଲା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ଏହି ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ ମମତା ପ୍ରଧାନ, ବିଷ୍ଣୁପିୟା ପ୍ରଧାନ, ଆଶା ଦିଦି ହୁଲ୍ଲାସିନୀ ଦାସଙ୍କ ସହିତ ଗ୍ରାମବାସୀ ଓ ମହିଳା ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଗୁଆଳିପଡା ଗ୍ରାମର ପାଲା ଗାୟକ ସନ୍ତୋଷ କୁମାର ବରାଳ ଓ ତାଙ୍କ ସାଥୀ ମାନେ ସଚେତନତା ପାଲା ପରିବେଷଣ କରିଥିଲେ । ସେଠାରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଆଇନଜୀବୀ ହୃଷିକେସ ପାଢ଼ୀ ପାଲା ପରିବେଷଣ କରୁଥିବା କଳାକାର ମାନଙ୍କୁ ବୃକ୍ଷ ଉପହାର ଦେଇ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୧----୫,୨୦