ଦିବ୍ୟାଙ୍ଗ ମାନଙ୍କୁ ଆବଶ୍ୟକୀୟ ଉପକରଣ ସହାୟତା ପାଇଁ ଚିହ୍ନଟ ଶିବିର
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ସହଯୋଗରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ସହାୟତାରେ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୀରଗୋବିନ୍ଦପୁର ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଉପକରଣ ଯୋଗାଣ ପାଇଁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୦ ଜଣ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ । ଡ, ବିମଳ ମୋହନ ମଲିକ ଯୋଗଦେଇଥିଲେ । ପି, ଆଣ୍ଡ ଓ ଆଲୋକ ଭୁବନେଶ୍ୱରର ସସ୍ମିତା ଓଝା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମଣ୍ଡଳ ଶିକ୍ଷା ଅଧିକାରୀ ଜୀତେନ୍ଦ୍ର କୁମାର ନାୟକ ଶିବିରଟିକୁ ଉଦଘାଟନ କରିଥିବା ବେଳେ ସହକାରୀ ଶିକ୍ଷା ଅଧିକାରି ଆରର୍ତତ୍ତ୍ରାଣ ମିଶ୍ର, ମୂଷା ମଲିକ ଶିବିରକୁ ପରିଚାଳନା କରିଥିଲେ । ଭିନ୍ନକ୍ଷମ ସାଧାନା କର୍ମୀ ସରିତା ରଥ, ସଂଗୀତା ମହାନ୍ତି ଓ ସିଆରସିସି ସୁନିଲ କୁମାର ବେହେରା, ସରୋଜ କୁମାର ବେହେରା ଓ ଅଜୟ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୨/୨୦୨୧----୮,୦୦