ପୁରୀ ଏସପିଙ୍କ ଡେଲାଙ୍ଗ ଥାନା ଗସ୍ତ
ଡେଲାଙ୍ଗ ----- ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଏବେ ଉପନିର୍ବାଚନ ହେବାକୁ ଯାଉଛି । ଏହି ପରିପେକ୍ଷୀରେ ସୋମବାର ଡକ୍ଟର କେ, ବିଶାଲ ସିଂହ ଆଇପିଏସ ଆରକ୍ଷୀ ଅଧିକ୍ଷକ ଡେଲାଙ୍ଗ -ପିପିଲି ଓ ବଳଙ୍ଗା ଥାନା ଗସ୍ତ କରିଛନ୍ତି । ଥାନା ଅଧିକାରୀ ଓ ପିପିଲି ଏସଡିପିଓ ଦେବଦତ୍ତବରାଳଙ୍କ ସହିତ ବିଭିନ୍ନ ବିସୟରେ ଆଲେଚନା କରିବା ସହ ପିପିଲି ଉପନିର୍ବଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପୁରୁଣା ଅପରାଧୀଙ୍କୁ ଗିରଫ କରିବା, ପେଶାଦାର ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ, ଫେରାର ଅପରାଧୀଙ୍କ ବିରୁଦ୍ଧରେ ଥିବା ଗିରଫପରୱାନ ଜାରି କରିବା , ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଥାନା ଅଞ୍ଚଳରେ ଥିବା ବନ୍ଧୁକ ଲାଇସେନ୍ସ ଧାରିଙ୍କୁ ନୋଟିସ ସହିତ ଗାଡି ମଟର କଡାକଡି ଭାବେ ଯାଞ୍ଚ କରିବା କୁ ଏସପି ଡକ୍ଟର ସିଂହ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ଉତ୍ତେଜନା ପ୍ରବଣ ବୁଥ ଗୁଡିକ ପରିଦର୍ଶନ କରି ଆଗୁଆ ସୁଚନା ସଂଗ୍ରହ କରିବାକୁ ଡକ୍ଟର ସିଂହ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ପରେ ଡକ୍ଟର ସିଂହ ସ୍ଥାନୀୟ ସାମ୍ବାଦିକ ମାନଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ମାନଙ୍କୁ ସୌଜନମୂଳକ ସାକ୍ଷାତ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୨/୨୦୨୧-----୮,୫୫