Breaking News

ପରିତ୍ୟକ୍ତ ଘର ପାଲଟିଛି ନିଶାବେପାରୀଙ୍କ ପେଣ୍ଠସ୍ଥଳୀ, ଲୁଟର ଶିକାର ହେଉଛନ୍ତି ନିରୀହ ପଥଚାରୀ


 ଜଟଣୀ----- ବ୍ୟବସାୟୀକ ସହର ଜଟଣୀ ଏବେ ନିଶାବେପାରୀଙ୍କ ଅକ୍ତିଆରରେ ରହିଛି । ସେଥି ମଧ୍ୟରୁ ବସ୍ତିର ପରିତ୍ୟକ୍ତ ଘର ପାଲଟିଛି ନିଶାବେପାରୀଙ୍କ ପେଣ୍ଠସ୍ଥଳୀ । ନିଶାଡିଙ୍କ ଲୁଟର ଶିକାର ହେଉଛନ୍ତି ନିରୀହ ପଥଚାରୀ ଏବଂ ବୁଲାବେପାରୀମାନେ । ପ୍ରଶାସନ ସବୁ ଜାଣି ନଜାଣିବାଭଳି ଅଭନୟ କରୁଥିବା ସାଧାଣରରେ ଚର୍ଚ୍ଚା ହେଉଛି । ଏପରିକି ପୁଲିସର ପିସିଆର ଭ୍ୟାନମଧ୍ୟ ବେଳେବେଳେ ନିଶାଡିମାନଙ୍କ ସହିତ ବାଟେଘାଟେ ଅଟକି ବାର୍ତାଳାପ କରୁଥିବା ଶୁଣିବାକୁ ମିଳୁଛି  । ଜଟଣୀଥାନା ଅନ୍ତର୍ଗତ ବାଛରାପାଟଣାର ମଳାଖତା,ବାଛରାମୁଣ୍ଡିଆ,ଗଜପତିନଗର,ମୁଣ୍ଡିଆସାହି ପ୍ରଭୃତି ଅଂଚଳରେ ବ୍ରାଉନସୁଗର ବ୍ୟବସାୟ ବେଧଡକଭାବେ ଚାଲିଥିବା ଅଭିଯୋଗ ହେଉଛି । ତାଗିଦକଲେ ଜିବନରୁ ମାରିଦେବାକୁ ଧମକ ଦିଆଯାଉଥିବା କୁହାଯାଉଛି । ତେଣୁ ସ୍ଥାନୀୟଲୋକେ ଭୟଭିତ ହୋଇଛନ୍ତି । ଗତ ରବିବାର ଜଟଣ ୀବାଛରା ପାଟଣାସ୍ଥିତ ମଳାଖତା ଅଂଚଳକୁ ପଶ୍ଚିମବଙ୍ଗର ଜଣେ ବୁଲା ବ୍ୟବସାୟୀ ଫେରିକରିବାକୁ ଯାଇଥିବା ବେଳେ କେତେକ ନିଶାଡି ଯୁବକମାନେ ଯୋରଜବରଦସ୍ତ ତାଙ୍କ ପକେଟରୁ ୧୬୦୦ଟଙ୍କା ଛଡାଇନେଇଥିଲେ । ମାତ୍ର ନିରୁପାୟ ହୋଇ ବ୍ୟବସାୟୀଜଣଙ୍କ ବସି ଏକ ସ୍ଥାନରେ କାନ୍ଦିଥିଲେ । କେତେକ ବ୍ୟକ୍ତି ଏନେଇ ପିସିଆରଭ୍ୟାନକୁ ଜଣାଇଥିଲେ । ପିସିଆରଭ୍ୟାନ ଉକ୍ତ ବ୍ୟବସାୟୀଙ୍କ ସାଙ୍ଗରେ ଧରି ଅପରାଧୀଙ୍କୁ ଖୋଜିଥିଲେ ମଧ୍ୟ କୈାଣସି ସୁଚନା ପାଇନଥିଲେ । ଅଂଚଳରେ ସ୍ଥାନୀୟଲୋକେ ପକେଟରେ ମୋବାଇଲ ଫୋନଧରି ବୁଲିବାକୁ ଭୟ କଲେଣି । ସେହିପରି ଗତଦୁଇଦିନ ପୁର୍ବେ ଗଜପତିନଗର ଅଂଚଳରେଥିବା ଏକ ପରିତ୍ୟକ୍ତ ଘରେ କେତେକ ଯୁବକ ବ୍ରାଉନସୁଗର ବ୍ୟବସାୟ କରିବା ସହିତ ସେବନ କରୁଥିବା ନେଇ ଜଟଣୀମାନବଧିକାର ସଂଗଠନର ସଭାପତି ବାସୁଦେବ ସେଠୀ ବାରଣ କରିଥିଲେ । ନିଶାଡିମାନେ ବାସୁଦେବଙ୍କ ସହିତ ତର୍କକରିବା ସହିତ ଜିବନରୁ ମାରିଦେବାକୁ ଧମକ ଦେଇଥିବା ବାସୁଦେବ ଜଟଣୀଥାନାରେ ଅଭିଯୋଗ କରିଛନ୍ତି । ସହରର ବ୍ରାଉନସୁଗର ବ୍ୟବସାୟ ଏକ ନିତିଦିନିଆ ବ୍ୟବସାୟରେ ପରିଣତ ହୋଇଗଲାଣି । ଏହାକୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହେଲାଣି । ନିଶାଶକ୍ତ ଯୁବକମାନେ ଦ୍ରୁତଗତିରେ ଗାଡିଚାଳନା କରି ଅନେକ ପଥଚାରୀ ଏବଂ ଗାଡିଚାଳକମାନଙ୍କୁ ଦୁର୍ଘଟଣା ଘଟାଇ ଆହତ କରୁଥିବା ଅନେକ ଉଦାହରଣମାନ ରହିଛି  ।   ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।

 ଜଟଣୀରୁ ରଙ୍ଗନାଥ ବେହେରା, ୧୮/୨/୨୦୨୧, ୬,୦୧


Blog Archive

Popular Posts