ଡେଲାଙ୍ଗ ବ୍ଳକର ସାମଗ୍ରିକ ଉନ୍ନତି ପାଇଁ ୨୬ କୋଟି ୪୨ ଲକ୍ଷ ଟଙ୍କାର ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଡେଲାଙ୍ଗ --- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ବିନ୍ଦାଣି ତଥା ଦିବଗଂତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଡେଲାଙ୍ଗ ବ୍ଳକର ଉନ୍ନତି ପାଇଁ ଆଜି ଭିଡିଓ ମାଧ୍ୟମରେ ୨୬ କୋଟି ୪୨ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଡେଲାଙ୍ଗ ଷ୍ଟେସନସ୍ଥିତ ରେଞ୍ଚ ରେଳୱେ ପଡିଆ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଯୁବର ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନିତି ରଞ୍ଜନ ସେନ , ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ସିଡିପିଓ ହାରମଣି ନାୟକ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ମଳୟ କୁମାର ମହାନ୍ତି, ସଭ୍ୟା ପୁଷ୍ପାଞ୍ଜଳି ସାସମଲ ଆତ୍ମାର ଅଧ୍ୟକ୍ଷ ସୁଧାକର ମାର୍ଥାଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ଡେଲାଙ୍ଗ, ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ ।
ବେରବୋଇ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୧୦ କୋଟି ଟଙ୍କା, ଗଡକାଳୁପଡା ବିଶ୍ୱନାଥ ମନ୍ଦିର ଯାତ୍ରୀନିବାସ, ପାକି÷ର୍ଂଏରିଆ ସହିତ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ୧ କୋଟି ଟଙ୍କା, ରାଧାକାନ୍ତ ଜୀଉ ବିଦ୍ୟାପୀଠରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୫୦ ଲକ୍ଷ, ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ଅରାଗଡ ପାହଡ ସ୍ଥିତ ବୌଦ୍ଧକୀନ୍ନିସ୍ଥଳର ସୌନ୍ଦର୍ଯ୍ୟ କରଣ ସହିତ ଆପ୍ରୋଚ ରୋଡ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଜେ,ଟି ଆର ଠାରୁ ରେଞ୍ଚ ( ୬ କି,ମି) ରାସ୍ତାରେ ହାଇଲେଭୁଲ ସେତୁ ନିର୍ମାଣ ପାଇଁ ୨ କୋଟି ୭୦ ଲକ୍ଷ , ସେହିପରି ଉକ୍ତ ରାସ୍ତାରେ ଏକ ସେତୁ ନିର୍ମାଣ ପାଇଁ ୨ କୋଟି ୧୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ଶ୍ରୀପୁରୁଷୋତ୍ତମପୁର ଦାସବିଦ୍ୟାଧରପୁର ରାସ୍ତାର ରତ୍ନଚିରା ନଦୀ ଉପରେ ହାଇଲେଭଲ ସେତୁ ନିର୍ମାଣ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ସହିତ ୮୪ଟି ସିମେଣ୍ଟ କଂକ୍ରିଟ ରାସ୍ତା ଓ ମରାମତି ସହିତ ରକ୍ଷଣା ବେକ୍ଷଣ ନିମନ୍ତେ ୨ କୋଟି ୫୨ ଲକ୍ଷ ଟଙ୍କା ଓ ୧୮୦ ଟି ବିଭିନ୍ନ ଗ୍ରାମରେ କମ୍ୟୁନିଟ ସେଣ୍ଟର , କଲ୍ୟାଣ ମଣ୍ଡପ, ଗାଧୁଆତୁଠ ଇତ୍ୟାଦି ନିର୍ମାଣ ପାଇଁ ୨ କୋଟି ୧୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯିବା ସହ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କରିଛନ୍ତି । ବ୍ଳକ ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ୨ଜଣଙ୍କୁ ପ୍ରମାଣପତ୍ର ସହିତ ୫ଶହ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ଦିଆଯାଇଛିା ବ୍ଳକ ଯୋଗାଣ ବିଭାଗର ଅଧିକାରିଣୀ ଲିପିସା ରାଣୀ ରାଉତ ୨ଗୋଟି ପରିବାରଙ୍କୁ ରାଶନ କାର୍ଡ ପ୍ରଦାନ କରାଯାଇଥିଲା । ପ୍ରସନ୍ନ କୁମାର ସ୍ୱାଇଁ ଓ ପ୍ରହଲ୍ଲାଦ କୁଣ୍ଡ ଦୁଇଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ କାଳନ୍ଦୀ ଜେନା, ସମିତିସଭ୍ୟ ବାସୁଦେବ ଜେନା, ପ୍ରଭାତ କୁମାର ଜେନା, ପୁରୀ ଜିଲ୍ଲା ଯୁବ ବିଜେଡି ଦଳର ସମ୍ପାଦକ ବିଜୟ କୁମାର ରାଉତରାୟଙ୍କ ସହିତ ଦୀପକ କୁମାର ଜେନା , ନବଘନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଏକ ପ୍ଳକାଟୁନ ଫୋସ ସହ ସେଠାରେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୨୩/୨/୨୦୨୧----୫,୨୦