Breaking News

ମାରୱାଡୀ ଯୁବ ମଞ୍ଚ ଏବଂ ମହିଳା ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ସହିତ ପଞ୍ଚଗବ୍ୟ ଚିକିତ୍ସା


 ଜଟଣୀ---- ଜଟଣୀର ମାରୱାଡୀ ଯୁବମଞ୍ଚ ଏବଂ ମହିଳା ସମିତି ଆନୁକୂଲ୍ୟରେ ସ୍ଥାନୀୟ ସରାଫ ଧର୍ମଶାଳାଠାରେ ଏକ ରକ୍ତଦାନ ଶିବିର ଓ ପଞ୍ଚଗବ୍ୟ ଚିକିତ୍ସା ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ବ୍ଲଡବ୍ୟାଙ୍କର ଡାକ୍ତର ସୈାରଭ ରାୟଙ୍କ ତତ୍ୱାବଧାନରେ ରକ୍ତଦାନ ଶିବିରରେ ମୋଟ ୬୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସେହିପରି ଏକ ନିରୋଗମୟ ଜିବନ ଏବଂ ସଂସ୍କାରବାନ ସମାଜ ନିର୍ମାଣପାଇଁ ଗୋମାତାଙ୍କଠାରୁ ପ୍ରସ୍ତୁତ ସାକ୍ଷୀଗୋପାଳ ଅଞ୍ଚଳର ଗୋଶାଳାରୁ  ପଞ୍ଚଗବ୍ୟ ଚିକିତ୍ସା ସେବାର ଆୟୋଜନ କରାଯାଇଥିଲା । ଏଥିରେ ଚିକିତ୍ସକ ଡାକ୍ତର ପ୍ରୀତିଶ ମିଶ୍ରା,ଡା. ସ୍ୱାଗତିକା ନାୟକ,ଡା. ସାବିତ୍ରୀ ସୈାମ୍ୟା ପ୍ରମୁଖଙ୍କ ଦ୍ୱାରା ୧୦୦ରୁ ଉର୍ଦ୍ଧ୍ୱ ଲୋକମାନଙ୍କର ଚିକିତ୍ସା କରାଯାଇଥିଲା । ଏହି ଅବସରରେ ଅତିଥୀ,ସାମ୍ବାଦିକ ଓ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟରେ ପ୍ରସଂଶା ସାଉଟିଂଥିବା ବ୍ୟକ୍ତି ବିଶେଷମାନଙ୍କୁ ମାରୱାଡୀ ଯୁବମଞ୍ଚ ଓ ମହିଳା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାରୱାଡୀ ଯୁବମଞ୍ଚର କର୍ମକର୍ତା ଓ ମହିଳା ସମିତିର କର୍ମିମାନେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।



 ଜଟଣୀରୁ ରଙ୍ଗନାଥ ବେହେରା, ୧୦/୨/୨୦୨୧---୧୦,୪୦


Blog Archive

Popular Posts