Breaking News

ବିଶ୍ୱ ମାତୃଭାଷା ଦିବସରେ ଗଛ ହସିଲେ ଜଗତ ହସେ ପୁସ୍ତକ ଓ ବ୍ୟାନର ଉନ୍ମୋଚିତ


 ସାକ୍ଷୀଗୋପାଳ ------ ବିଶ୍ୱ ମାତୃଭାଷା ଦିବସ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ସତ୍ୟବାଦୀ ବାଳିକା ହାଇସ୍କୁଲ ପରିସରରେ ‘ଗଛ ହସିଲେ ଜଗତ ହସେ ‘ ନାମକ ଏକ ବ୍ୟାନର ସହିତ ପୁସ୍ତକ ସମୀକ୍ଷାୟନ ଅତିଥି  ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମରେ ଗଡି ଉଠିଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନନ୍ଦା ମହାନ୍ତି ଗଛ ହସିଲେ ଜଗତ ହସେ ବ୍ୟାନରକୁ ଉନ୍ମୋଚିତ କରିଥିଲେ । ସେହିପିର ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ପାଢ଼ୀଙ୍କ ଦ୍ୱାରା ରଚିତ ପୁସ୍ତକରେ ଥିବା ଗୀତ ଗୁଡିକହସିବ ସୁନ୍ଦରମହୀ, ରଖିବା ଭାରତ ପଣ, ଟୁକୁନା ପୋତୁଛି ଗଛ ଓ ଗଛ ହସିଲେ ଜଗତ ହସେ ଆଦି କବିତା ତାପର୍ଯ୍ୟ ସମ୍ପର୍କେ ଉପସ୍ଥିତ ଥିବା ଛାତ୍ରୀ ମାନଙ୍କୁ  ବୁଝାଇଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ରତ୍ନାକର ଜେନା , ଅଗସ୍ତୀ କୁମାର ବେହେରା, ଉମାକାନ୍ତ ମିଶ୍ର, ଶିକ୍ଷୟତ୍ରୀ ସଂଧ୍ୟାରାଣୀ ମହାପାତ୍ର, ନମିତା ଦାଶ, ସୁପିୟା ସାହୁ, ପୁଷ୍ପାଞ୍ଜଳି ଜେନା  ପ୍ରମୁଖ ବକ୍ତବ୍ୟ ରଖିଥଲେ । ଶିକ୍ଷକ ରତ୍ନାକର ଜେନା ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୨/୨୦୨୧---୯,୨୫

Blog Archive

Popular Posts