Breaking News

ଚିଲପାଟଣା ଠାରୁ ଗଡବଳରାମପୁର ରାସ୍ତା କାମ ସରିବାର ସାତଦିନ ପରେ ରାସ୍ତାରୁ ଉଠିଗଲା ଗୋଡି ; ବିଭାଗୀୟ ଅଧିକାରୀ ନିରୁପାୟ


 ସାକ୍ଷୀଗୋପାଳ ------  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଚିଲପାଟଣା ଠାରୁ ଗଡବଳରାମପୁର ପର୍ଯ୍ୟନ୍ତ ରାସ୍ତାଟି ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି । ବିଭାଗୀୟ ଦ୍ୱାରା ଏହି ରାସ୍ତା ଉପରେ ପିଚୁ  କାମ କରାଯାଇଥିଲା । ମାତ୍ର ରାସ୍ତା କାମ ସରିବା ର ସାତଦିନ ପରେ ଏବେ ରାସ୍ତାରୁ ଗୋଡି ବାହାରି ରାସ୍ତା ଯାକ ଛିଟିକି ପଡିଛି । ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇଛି । ଏହି ରାସ୍ତାଟି ନିମାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନରେ ରହିଛି ।  ଅଭିଯୋଗ କରିବା ପରେ ବିଭାଗୀୟ ଏସଡିଓ କହନ୍ତି ସେଠାରେ କୌଣସି ଜେଇ ନ ଥବାରୁ ଏହିପରି କାମ ହେଉଛି ବୋଲି ଲୋକମାନଙ୍କୁ କହିଥିବା ଗ୍ରାମବାସୀ ମାନେ କହନ୍ତି ।  ପାରକେଣା ଓ କଅଳପଡା ଗ୍ରାମର କିଛି ଯୁବକ ମାନେ ନିମ୍ନ ମାନର କାମ ଯୋଗୁ କାମ ବନ୍ଦ କରି ଦେଇଥିଲେ । ମାତ୍ର ଠିକାଦାର ଓ କିଛି ଭଦ୍ରବ୍ୟକ୍ତି ବସି ଭଲ କାମ କରିବା ପାଇଁ କଥା ହୋଇଥିଲା । ଭଳ କାମର ଏହା ହେଉଛି ନମୁନା । ଗୋଡି ଉଠିବା ଜଣାପଡିବା ପରେ ଏବେ ରାସ୍ତାରୁ ଠିକାଦାର ବା ବିଭାଗୀୟ ଅଧିକାରୀ ଲୋକ ଲଗାଇ ରାସ୍ତାରୁ ଗୋଡି ଓହ୍ଳାଉଥିବାର ଦେଖାଯାଇଛି । ତୁରନ୍ତ ପୁରୀ ଜିଲ୍ଲାପାଳ ଏହି ରାସ୍ତା ଉପରେ ନଜର ଦେବା ସହିତ ଏହି ରାସ୍ତାକୁ ଗସ୍ତ କରିବା ପାଇଁ ଗଡବଳରାମପୁର  ଗ୍ରାମାବସୀ ମାନେ ନିବେଦନ କରିଛନ୍ତି । ରାଜ୍ୟ ସରକାର ଏହି ରାସ୍ତା ପାଇଁ କୋଟି କୋଟି ଟଙ୍କା ଦେଉଛନ୍ତି ମାତ୍ର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ  ଟଙ୍କା ପାଣିରେ ପଡୁଛି । ଯାହା ଫଳରେକି ଲୋକମାନେ ନାନା ହଇରାଣ ଭୋଗୁଛନ୍ତି । ଅନ୍ୟ ପକ୍ଷେ ତୁରନ୍ତ ସତ୍ୟବାଦୀ ବିଧାୟକ ନଜର ଦେବାକୁ ଗଡବଳରାମପୁର ଗ୍ରାମାବସୀ ମାନେ ନିଦେନ କରିଛନ୍ତି ।


ସାକ୍ଷୀଗୋପାଳରୁ ଧୀରେନ୍‌ଦ୍ର ସେନାପତି, ୧୮/୨/୨୦୨୧----୬,୧୫


Blog Archive

Popular Posts