ସତ୍ୟବାଦୀ ବ୍ଳକରେ ନୂତନ କରି ୧୮୮ ଜଣଙ୍କୁ ଭର୍ତ୍ତା ବଣ୍ଟନ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ପରିସରରେ ବିଧାୟକ ଉମାକାନ୍ତ ସମାନ୍ତରୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁ ଯୋଜନାରେ ୨୪ଟି ଗ୍ରାମ ପଞ୍ଚାୟତର୧୮୮ ଜଣଙ୍କୁ ହିତାଧିକାରୀ ମାନଙ୍କୁ ଭର୍ତ୍ତା ବଣ୍ଟନ କରିଛନ୍ତି । ଉପସ୍ଥିତ ଥିବା ସମସ୍ତ ସରପଞ୍ଚ ମାନଙ୍କୁ ବିଧାୟକ କହିଥିଲେ ଯେ ବିଜେଡି ସରକାରଙ୍କ ଜନହିତକର ଯୋଜନାରେ ଯେପରି କୌଣସି ଜଣେ ପରିବାର ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସଜାଗ ରହିବାକୁ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବିଡିଓ କ୍ଷୀରୋଦ କୁମାର ବେହେରା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲା ପରିଷଦସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତିଙ୍କ ସହ ସାମାଜିକ କର୍ମୀ ସୁନିଲ କୁମାର ପଣ୍ଡା, ଶଙ୍କର ପ୍ରଧାନଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୧----୬,୨୦