ଯାଗୁଳେଇ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗଡବଳରାମପୁର ଗ୍ରାମ ପଞ୍ଚାୟତର ପାଟେଣାସାହିର ମା ଯାଗୁଳେଇ ଠାକୁରାଣୀଙ୍କ ପୀଠରେ ୧୩ ତମ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ସମସ୍ତ ପରିବାରଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରାଯିବା ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଯେଉଁ ମାନେ ଘଟ ବୁଡାଇଥିଲେ ଓ ଗ୍ରାମର ବହୁ ବୟୋଜ୍ୟେଷ୍ଠ ପୁରୁଷ ମହିଳା ମାନେ ହବିଷାନ୍ନରେ ରହିଥିଲେ । କର୍ତ୍ତାକର୍ତ୍ତୀ ଭାବେ ଗଙ୍ଗାଧର ନାୟକ, ଓ ଧନୀ ନାୟକ କାର୍ଯ୍ୟ ତୁଳାଇଥିଲେ । ବ୍ୟାସ ବାବନ ଚନ୍ଦ୍ର ନନ୍ଦ ପୂଜା ପାଠ କରିଥିଲେ । ବାଗଲପୁର, ବାଲିସାହି, ବୁଢ଼ାକେରା, ମାଳସାହି, ଖରୁକଚଦା, ଶଥରୀ, ବିଭୂତି ପୋଖରୀ କଅଳପଡା ଓ ପଦ୍ମପୁର ଗ୍ରାମର ସଂକୀର୍ତ୍ତନ ଦଳ ନାମସଂକୀର୍ତ୍ତନ କରିଥିଲେ । ନାମଯଜ୍ଞର ପୂର୍ଣ୍ଣାହୂତି ଦିନ ଆଖ ପାଖ ଗ୍ରାମର ବହୁ ଲୋକଙ୍କରସମାଗମ ହୋଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୨/୨୦୨୧---୯,୦୦