ଡେଲାଙ୍ଗରେ ଦିବ୍ୟାଙ୍ଗ ଜନ ଚିହ୍ନଟ ଶିବିର ଅନୁଷ୍ଠିତ; ପଞ୍ଚାୟତ ସମିତି ବୈଠକ ନିସ୍ପତିକୁ ମାନିଲେ ନାହିଁ ବିଡିଓ ଓ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଡଁପୁର ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ପରିସରରେ ବୁଧବାର ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଜନ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ବିଡିଓ କ୍ଷୀରୋଦ୍ରର ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରୀନାଥ ପାଢ଼ୀ, ବ୍ଳକ ଶିକ୍ଷା ଅଧିକାରୀ ନିରଜ୍ଞନ ପାତ୍ର , ଆଭା ଅନୁଷ୍ଠାନର ସଭାପତି ସୁଧିର ଚନ୍ଦ୍ର ଦାସ, ସମ୍ପାଦକ ଦୁର୍ଯ୍ୟେଧନ ପରିଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତର ଦିବ୍ୟାଙ୍ଗ ମାନଙ୍କୁ ଚହ୍ନିଟ କରାଯାଇ ସେମାନଙ୍କୁ ଡିଜିଟାଲ ପ୍ରମାଣ ପତ୍ର ଯୋଗାଇ ଦିଆଯିବ । ଯାହାକି ସେମାନଙ୍କର ଭବିଷ୍ୟତରେ କାମରେ ଆସି ପାରିବ । ଆଜି ଏହି ଶିବିରରେ ୪୦୫ ଜଣ ନାମ ରେଜେଷ୍ଟି କରିଥିବା ଜଣାପଡିଛି । ବିଶେଷ କରି ଅସ୍ଥିଶଲ୍ୟ,ଚକ୍ଷୁ, ମାନସିକ ଓ ନାସା, ଗଳା ବିଭାଗର ବିଶେଷଜ୍ଞ ମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା । ବ୍ଳକର ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ସଂଯୋଜକ ବୈଦେହି ପାଢ଼ୀ, ତିଲୋତମା ସୁନ୍ଦରାୟ, ସ୍ୱପ୍ନାରାଣୀ ପାଟ୍ଟଯୋସି କାର୍ଯ୍ୟକ୍ରମକୁ ପରିଚାଳନରେ ସହଯୋଗ କରିଥିଲେ । ଡେଲାଙ୍ଗ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ଦେଇଥିଲେ । ସୁଚନା ଯୋଗ୍ୟ ଯେ ବିଗତ ଦିନରେ ଡେଲାଙ୍ଗ ବ୍ଳକର କାର୍ଯ୍ୟକ୍ରମ ବ୍ଳକ ପରିସରରେ କରାଯିବା ପାଇଁ ପଞ୍ଚାୟତ ସମିତି ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା । ଏପରିକି ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କ’ଣ ପାଇଁ ଆଭାରେ କରାଯାଉଛି ବୋଲି ପଞ୍ଚାତ ସମିତି ବୈଠକରେ ବିଭିନ୍ନ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ପ୍ରଶ୍ନ ଉଠାଇଥିଲେ । ସେ ସମୟରେ ଏହି ଘଟଣାକୁ ନେଇ ଗୃହରେ ଝଡ ସୃଷ୍ଟି ହୋଇଥିଲା । ବିଶେଷ କରି ଏଠାରେ କରିବା ଦ୍ୱାରା ଦିବ୍ୟାଙ୍ଗ ମାନଙ୍କୁ ନେଇକି ଆସୁଥବା ଅବିଭାବକ ମାନେ ସେମାନଙ୍କର ଗାଡି ମଟର ଗୁଡିକ ରଖିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଓ ନେଇ ଅଭିଯୋଗ ହୋଇ ଆସୁଛି । ମାତ୍ର ପଞ୍ଚାୟତ ସମିତି ବୈଠକରେ ଗ୍ରହଣ କରାଯାଇଥିବା ନିସ୍ପତିକୁ ବ୍ଳକ ସାମାଜିକ ଅଧିକାରୀ ଓ ବିଡିଓ ମାନୁନଥିବା ବିଭିନ୍ନ ଜନପ୍ରତିନିଧି ମାନେ କହିଛନ୍ତି । ଯାହା ଫଳରେକି ଡେଲାଙ୍ଗରେ ଏହାକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣା ଜଣାପଡିଯିବା ଭୟରେ ବ୍ଳକ ପ୍ରଶାସନ ଖବର ଦାତା ମାନଙ୍କୁ ଡାକିନାହାନ୍ତି । ଆଗାମୀ ଦିନରେ ଏହାକୁ ନେଇ ପଞ୍ଚାୟତ ସମିତିରେ ଏକ ଝଡସୃଷ୍ଟି ହେବ ବୋଲି ଜଣାପଡିଛି । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ଜନସାଧାରଣ ଓ ଜନପ୍ରତିନିଧି ମାନେ ନିବେଦନଦ କରିଛନ୍ତି । ଯେଉଁ ସଂସ୍ଥାର ଅଧିକାରୀ ମାନସିକ ଚାପ ଦେଇ ଗିରଫ ହୋଇ ଜେଲ ଯାଇଛନ୍ତି ସେ ସଂସ୍ଥାରେ ସରକାରୀ କାର୍ଯ୍ୟ କରିବା କେତେଦୂର ଠିକ ତାହାକୁ ନେଇ ଏବେ ଡେଲାଙ୍ଗରେ ପ୍ରଶ୍ନବାଚୀ ହୋଇପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୨/୨୦୨୧---୫,୪୫