Breaking News

ଛତାବର ଠାରୁ ମୋ ବସ ''ଚଳାଚଳ ଆରମ୍ଭ


ଜଟଣୀ -ଜଟଣୀ ବ୍ଲକ ଅନ୍ତର୍ଗତ ଛତାବର ପଞ୍ଚାୟତ   ତଥା ପାଖାପାଖି ବହୁ ଅଞ୍ଚଳବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି । ଛତାବର ପଞ୍ଚାୟତ ବାସୀଙ୍କ ବହୁ ଦିନର ଦାବି 'ମୋ ବସ ''ଚଳାଚଳ ସମ୍ପୂର୍ଣ୍ଣ ହୋଇଛି ।  'ମୋ ବସ 'ସେବା ଏହା ରୁଟ ନଂ ୪୦ ଦେଇ ଛତାବର ପଞ୍ଚାୟତ ଛକ ଠାରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଭାୟା କାଟେଣୀ ଛକ, ସମ ହସ୍ପିଟାଲ, ଫାୟାର ଛକ ଦେଇ ପ୍ରତ୍ୟକ ଦିନ ଅଧଘଣ୍ଟା ଅନ୍ତରରେ ସମୁଦାୟ ଛଅ ଗୋଟି ବସ ଚଳାଚଳ କରିବ । ଏହି ପରିପ୍ରେକ୍ଷୀରେ ଛତାବର ଆଦର୍ଶ ଗ୍ରାମପଞ୍ଚାୟତ ସରପଞ୍ଚ ମନସ୍ବିନୀ ମିଶ୍ର ଡେଙ୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଟଣୀର ପୂର୍ବତନ ବିଧାୟକ ତଥା ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ଭୂଷଣ ବଳବନ୍ତରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଡେଙ୍ଗ, ଛତାବର ଗ୍ରାମ୍ୟକମିଟି ସଭାପତି ନବ କୁମାର ଦାଶ, ଉପସଭାପତି ସର୍ବେଶ୍ୱର ନାୟକ, ସମ୍ପାଦକ ବଳରାମ ବେହେରା, ସହ ସମ୍ପାଦକ ସୁଧାକର ନାୟକ, କୈଳାସ ରଣା, ଭାବ ନାୟକ, ସୁଧାଂଶୁ ବେହେରା, ଶରତ ସେଠି, ପ୍ରମୋଦ ଜେନା, ସୁବୋଧ ମହାନ୍ତି, ବିଭୁ ରଞ୍ଜନ ବେହେରା, ରାମଚନ୍ଦ୍ର ମହାକୁଡ଼, କୈବଲ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବହୁ ଜନସାଧାରଣ ଉପକୃତ ହେବେ ବୋଲି ଅଞ୍ଚଳର ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି । 
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୨/୨୦୨୧----୩,୪୦

Blog Archive

Popular Posts