ରେଳଧାରଣା ବିଦ୍ୟୁତଖୁରୁ ପୋଟରଙ୍କ ମୃତଦେହ ଉଦ୍ଧାର
ଜଟଣୀ----- ଜଟଣୀର ଖୋର୍ଦ୍ଧାରୋଡ ରେଳଷ୍ଟେସନର ମାଣିଆଛକ ନିକଟସ୍ଥ ରେଳଧାରଣାର ବିଦ୍ୟୁତଖୁଣ୍ଟରେ ଝୁଲନ୍ତା ଅବସ୍ଥାରେ ରହିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଓ ପଥଚାରୀମାନେ ଦେଖି ଖୋର୍ଦ୍ଧାରୋଡ ଜିଆରପିକୁ ଜଣାଇଥିଲେ । ଖବରପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଁଚି ପ୍ରାଥମିକ ତଦନ୍ତରେ ମୃତକଙ୍କ ପକେଟରେଥିବା ପରିଚୟପତ୍ର ଓ ଆଧାରକାର୍ଡରୁ ପରିଚୟ ମିଳିଥିଲା । ଏନେଇ ପରିବାର ସହିତ ଯୋଗାଯୋଗ କରାଯାଇଥିଲା । ମୃତକ ବ୍ୟକ୍ତି ଜଣଙ୍କ ହେଉଛନ୍ତି, ଭୂବନେଶ୍ୱର ବୁଦ୍ଧେଶ୍ୱର କଲୋନୀ ପୁଲିସାହିର ଲିଙ୍ଗରାଜ ପ୍ରଧାନ(୫୦) । ସେ ଭୂବନେଶ୍ୱରସ୍ଥିତ ରେଳଷ୍ଟେସନରେ ଲାଇସେନ୍ସ ପୋଟରଭାବେ କାର୍ଯ୍ୟକରନ୍ତି । ଏନେଇ ଖୋର୍ଦ୍ଧାରୋଡ ଜିଆରପିଥାନା କେଶନଂ ୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ଜଟଣୀରୁ ରଙ୍ଗନାଥ ବେହେରା, ୨୮/୨/୨୦୨୧----୫,୪୫