ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସି ପାଇଁ ଭିତ୍ତିଭୂମି ପରିଦର୍ଶନ କଲେ ଜିଲ୍ଲାପାଳ
ଡେଲାଙ୍ଗ---- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ ଡେଲାଙ୍ଗ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ କିଛି ପ୍ୟାକେଜ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଥିବା ବେସରକାରୀ ସୁତ୍ରରୁ ଜଣାପଡିଛି । ସୁଚନା ଯୋଗ୍ୟଯେ ଦିବଂଗତ ମହାରଥୀଙ୍କ ଅକାଳ ମୃତ୍ୟୁ ପରେ ପିପିଲି- ଡେଲାଙ୍ଗରେ ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ୨୩ ତାରିଖରେ କରିବାକୁ ଯାଉଛନ୍ତି । ଡେଲାଙ୍ଗ ରେଞ୍ଚ ସ୍ଥିତ ରେଳୱ ପଡିଆରେ ଏହି ଭିଡିଓ କନଫରେନ୍ସି ସଭା ଅନୁଷ୍ଠିତ ହେବ । ଏଥି ପାଇଁ ଭିତ୍ତିଭୂମୀ ତଦାରଖ କରିଛନ୍ତି ପୁରୀ ଜିଲ୍ଲାପାଳ ଡ. ସମର୍ଥ ବର୍ମାଙ୍କ ସହିତ ଉପଜିଲ୍ଲାପାଳ ଭବତରଣ ସାହୁ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ତହସିଲଦାର ରାଜେନ୍ଦ୍ର ଆଚାରୀଆ, ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ,ବିଡିଓ କ୍ଷୀରୋଦର ପ୍ରଧାନ, ସିଡିପିଓ ହାରାମଣି ନାୟକ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ ଓ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଏହି ଭିଡିଓକନଫରେନ୍ସିରେ ପ୍ରାୟ ୧୦ ହଜାର ପୁରୁଷ ମହିଳା ଯୋଗଦେବାର ସମ୍ଭାବନା ରହିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୨/୨୦୨୧----୩,୦୦