୧୯ ରୁ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଅନୁଷ୍ଠିତ ହେବ
କୋଣାର୍କ- ସବୁ ବର୍ଷ ପରି ଚଳିତବର୍ଷ କୋଣାର୍କ ନାଟ୍ୟ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । ଗୁରୁ ସ୍ବର୍ଗତ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ନାଟ୍ୟ ମଣ୍ଡପରେ ପ୍ରତିବର୍ଷ 3 ଦିନ ଧରି ଏହି ମହୋତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ଗୋଟିଏ ଦିନ ପାଇଁ ପାଳିତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୋଣାର୍କ ନାଟ୍ୟ ମଣ୍ତପ ର ଆୟୋଜକ ତଥା ଯୁଗ୍ମ ସମ୍ପାଦକ ଗୁରୁପଦ ବଳିୟାର ସିଂ କହିଛନ୍ତି । କୋଣାର୍କ ନାଟ୍ୟ ମଣ୍ତପ ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ନାଟ୍ୟ ମଣ୍ଡପର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ଚଳିତ ବର୍ଷ ଏହାକୁ ସ୍ବଳ୍ପ ଭାବରେ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।କରୋନା କଟକଣା ଯୋଗୁଁ ପ୍ରତିବର୍ଷ ଅନୁଷ୍ଠିତ ୩ ଦିନ ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ କୁ ଚଳିତ ବର୍ଷ ଗୋଟିଏ ଦିନ ଲାଗି ଅର୍ଥାତ୍ ୧୯ ତାରିଖ ଦିନ ଅନୁଷ୍ଠିତ ହେବ । ଚଳିତ ବର୍ଷ ମଧ୍ୟ ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ ରେ ସାହିତ୍ୟ ଉତ୍ସବ, ଘଣ୍ଟମର୍ଦନ, ଓଡିଶିନୃତ୍ୟ,କଥକ ନୃତ୍ୟ ପରିବେଷଣ କରାଯିବ,ତା ସହିତ କରୋନା କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଦର୍ଶକ ଙ୍କୁ ଅନୁମତି ଦିଆଯିବାର ବ୍ୟବସ୍ଥା କରାଯାଇଛି ।ଆଉ ମଧ୍ୟ କରୋନା କଟକଣା ଯୋଗୁଁ ମାକ୍ସ, ସାମାଜିକ ଦୂରତା ଓ ସାନାଟାଇଜ୍ କୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ଆୟୋଜକ ମାନେ କହିଛନ୍ତି ।
କୋଣାର୍କ ରୁ ଜୟନ୍ତ କୁମାର ସେଠୀ ୧୬/୨/୨୦୨୧-----୧୨,୫୦