କୋଭିଡ ସଚେତନତା ପ୍ରଶାସନିକ ଜରୁରୀ ବୈଠକ ଅନୁଷ୍ଠିତ
ଜଟଣୀ -କରୋନା ମହାମାରୀ ପୁଣି ଫେରିବା ଆଶଙ୍କାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି । ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଭୁବନେଶ୍ୱର ଉପ ଜିଲ୍ଲାପାଳ ଦେବ ବ୍ରତ୍ତ ସାହୁଙ୍କ ଅଧକ୍ଷତାରେ ଜଟଣୀ ବ୍ଲକରେ ଏକ କୋଭିଡ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବି. ଡ଼ି. ଓ. ସରୋଜ କୁମାର ରାଉତ ସମେତ ଜଟଣୀ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ । କରୋନା ମୁକାବିଲା ନେଇ ପୁଣି ଥରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ସାନିଟାଈଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ନିଜେ ସଚେତନତା ରହିବା ସଙ୍ଗେ ସଙ୍ଗେ ଗ୍ରାମବାସୀ ଏବଂ ଜନସାଧାରଣ ମାନଙ୍କୁ ସଚେତନତା କରାଇବା ପାଇଁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଜଟଣୀ --ରଙ୍ଗନାଥ ବେହେରା ,୨୫/୨/୨୦୨୧---୮,୦୦