Breaking News

ବିଦ୍ୟାଳୟ ମାନଙ୍କରେ ଓଡିଶା ନୃତ୍ୟୁ ଅଭିନୟ ପ୍ରଶିକ୍ଷଣ ଶିବିର

  


ଡେଲାଙ୍ଗ--- ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ସୁଧା ର ମିଳିତ ସହଯୋଗରେ ଡେଲାଙ୍ଗ ବ୍ଳକର ମହତାବ, ରାଧାକାନ୍ତ, ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସର୍ବପଲ୍ଲୀ ବିଦ୍ୟାପୀଠ, ପୁରୁଷୋତ୍ତମପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବେରବୋଇ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଓଡିଶୀ ନୃତ୍ୟୁ ଅଭିନୟ ପ୍ରଶିକ୍ଷଣ ଓ ନୃତ୍ୟୁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୁଧାର ଓଡିଶୀ କଳାକାର ମାନେ ଓଡିଶୀ ନୃତ୍ୟୁ ଓ ଅଭିନୟ ମାଧ୍ୟମରେ ଆମ ସଂସ୍କୃତି ଆମ ପରମ୍ପରା ଓ ଶାସ୍ତ୍ରୀୟ ପାରମ୍ପାରିକ କୌଶଳ ବିଷୟରେ ଏହି ପ୍ରଶିକ୍ଷଣ  ଦେଇଥିଲେ । ମଙ୍ଗଳାଚରଣ, ବଟୁନୃତ୍ୟୁ, ଲ୍ଲବୀ, ଅଭିନୟ, ମୋକ୍ଷ ସମ୍ବନ୍ଧରେ ଓଡିଶୀ ନୃତ୍ୟୁ ଭାବ ରସକୁ ଅତି ନିକ୍ଷୁଣ ଭାବେ ପ୍ରଶିକ୍ଷତ କରାଇଥିଲେ । ଏହି ଓଡିଶୀ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ. ଅଭିଭାବକ ମାନଙ୍କ ମଧ୍ୟରେ ସାଂପ୍ରଦାୟକି ସଦ ଭାବନା, ରାଷ୍ଟିୟ ଏକତା, ଅଖଣ୍ଡତା, ସୌଂରର୍ଦ୍ଧ, ଶାନ୍ତି, ସ୍ନେହର ଭାବ ସୃଷ୍ଟି କରିବା ଅଭିନୟ ପ୍ରଶିକ୍ଷଣ ଓ ନୃତ୍ୟୁ କର୍ମଶାଳାର ମୁଖ୍ୟ ଲକ୍ଷ୍ୟ । ଏହି ଓଡିଶୀ ନୃତ୍ୟୁ କର୍ମଶାଳାକୁ ସୁଧା ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର ପରିଚାଳନା କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୧---୪,୪୦

Blog Archive

Popular Posts