Breaking News

ଗଡ଼ଦାମୋଦର ପଲ୍ଲୀ ରେ ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ



   ଧରାକୋଟ-ଧରାକୋଟ ନିକଟସ୍ଥ ଗଡ଼ ଦାମୋଦର ପଲ୍ଲୀ ଗ୍ରାମରେ  ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ   ଉଦଘାଟନ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ସୁରେନ୍ଦ୍ର ନାଥ ଗୌଡ଼ ଉଦଘାଟନ କରିଥିବା ବେଳେ ସମ୍ମାନିତ  ଅତିଥି ଭାବେ ଗ୍ରାମ୍ୟ ସଭାପତି ସୂର୍ଯ୍ୟନାରୟଣ ସାହୁ, ଭଗବାନ ଖଟାଇ ଯୋଗ ଦେଇଥିଲେ ।
ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ବିନାୟକ ଯୁବକ ସଙ୍ଘ । ଆଜି ର ଖେଳ ପରିଚାଳନା କରିଥିଲେ ଚନ୍ଦନ କୁମାର ସାହୁ ଓ ରବିନ୍ଦ୍ର ନାଥ ନାୟକ । ଉଦଘାଟନୀ ମ୍ୟାଚ ରେ ଧରାକୋଟ ଓ ହାଡ଼ିଚିରା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଧରାକୋଟ ପ୍ରଥମେ ବ୍ୟାଟିଂ କରି ବାର ଓଭର ରେ ୬୬ ରନ ସଂଗ୍ରହ କରିଥିଲେ । ଜବାବରେ ହାଡ଼ିଚିରା ଦଳ  ପାଞ୍ଚ ରନ ରେ ପରାଜୟ ବରଣ କରି ଥିଲେ ।  ଏଥିରେ ଟୁନା ଗୌଡ଼, ଶିବ ନାରୟଣ ଗୌଡ଼, ଦେବାଶିଷ ସାହୁ, ସଞ୍ଜୟ କୁମାର ନାୟକ, ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରି ଥିଲେ ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ , ୨୬/୨/୨୦୨୧----୧୦,୪୦

Blog Archive

Popular Posts