Breaking News

ଭୂବନେଶ୍ୱର ରେଳଷ୍ଟେସନ ହେବ ସଠିକ ଭୋଜନ ଷ୍ଟେସନ, ଖାଦ୍ୟ ବ୍ୟବସାୟ ପରିଚାଳକ ଏବଂ ବିକ୍ରେତାଙ୍କୁ ଖାଦ୍ୟ ନିରାପତା ତାଲିମ


 ଜଟଣୀ----: ଖୋର୍ଦ୍ଧାରୋଡ ରେଳମଣ୍ଡଳର ଭୂବନେଶ୍ୱର ରେଳଷ୍ଟେସନ ହେବ ସଠିକ ଭୋଜନ ଷ୍ଟେସନ । ଏନେଇ ଏକ ଖାଦ୍ୟ ନିରାପତା ତାଲିମ କାର୍ଯ୍ୟକ୍ରମ ଖାଦ୍ୟ ବ୍ୟବସାୟ ଏବଂ ବିକ୍ରେତାମାନଙ୍କ ମଧ୍ୟରେ ଆୟୋଜନ ହୋଇଯାଇଛି ।  ଭୂବନେଶ୍ୱର ରେଳଷ୍ଟେସନକୁ ସଠିକ ଭୋଜନ ଷ୍ଟେସନ କରିବାପାଇଁ ବୁଧବାର ୩୧ଜଣ ଖାଦ୍ୟ ବ୍ୟବସାୟ ପରିଚାଳକ ଏବଂ ଖାଦ୍ୟ ସୁରକ୍ଷା ୱିଙ୍ଗଦ୍ୱାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ପୁର୍ବତଟ ରେଳପଥ ଚିକିତ୍ସା ବିଭାଗ,ଓଡିଶା ସରକାରଙ୍କ ଖାଦ୍ୟ ନିରାପତା ବିଭାଗ ଏବଂ ଏଫ୍ ଏସଏସଆଇ ଅନୁମୋଦିତ ତାଲିମ ସହଭାଗୀ ତଥା ଗ୍ଲୋବାଲ ଇନିଷ୍ଟିଚ୍ୟୁଟ ଫର୍ ଏଜୁକେସନ ଆଣ୍ଡ୍ ରିସର୍ଚ ଫାଉଣ୍ଡେସନ ମଧ୍ୟପ୍ରଦେଶର ସହଯୋଗଙ୍କ ସହିତ ଖୋର୍ଦ୍ଧାରୋଡ ରେଳମଣ୍ଡଳର ସହାୟକ ବାଣିଜ୍ୟ ପ୍ରବନ୍ଧକ ଓ କ୍ୟାଟେରୀଙ୍ଗି ନିରୀକ୍ଷକଙ୍କ ଉପସ୍ଥିତିରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କ୍ରମରେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଶିଘ୍ର କରାଯିବ ବୋଲି କୁହାଯାଇଛି । ଏହି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ ଦ୍ୱାରା ଆରମ୍ଭ ହୋଇଥିବା ବେଳେ ଏହା “ସଠିକ ଭୋଜନ ଭାରତ ଆନ୍ଦୋଳନ’ ଅଧୀନସ୍ଥ ଏକ ପଦକ୍ଷେପ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି । ଭାରତରେ ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଜିବନଶୈଳିରେ ବାଧା ସୃଷ୍ଟି କରୁଥିବା ଅପୃଷ୍ଟିକର ଖାଦ୍ୟରୁ ଉତ୍ପନ୍ନ ରୋଗସହ ଲଢିବାପାଇଁ ଖାଦ୍ୟ ନିରାପତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ ‘ସଠିକ ଭୋଜନ-ସଠିକ ଜିବନ’ ଏକ ଏଜେଣ୍ଡା ସହିତ ସଠିକ ଭୋଜନ ଭାରତ ପଦକ୍ଷେପ ନେଇଛି । ଖାଦ୍ୟ ସୁରକ୍ଷା କମିଶନର ଓଡିଶା ସରକାରଙ୍କ ପକ୍ଷରୁ ଭୂବନେଶ୍ୱର ରେଳଷ୍ଟେସନକୁ ସଠିକ ଭୋଜନ ଷ୍ଟେସନ ଘୋଷଣା କରିବାକୁ ପଦକ୍ଷେପ ନିଆଯାଇଛି । ଭୂବନେଶ୍ୱର ରେଳଷ୍ଟେସନରେ ଥିବା ସମସ୍ତ ଖାଦ୍ୟ ବିକ୍ରୟ ପ୍ରତିଷ୍ଠାନକୁ ଏଫଏସଏସଆଇ ଖାଦ୍ୟ ଲାଇସେନ୍ସ ଏବଂ ପଞ୍ଜିକରଣ ପରିଚୟପତ୍ର ପ୍ରଦାନ କରାଯାଇଛି । ଏନେଇ ସମସ୍ତ ଖାଦ୍ୟ ବ୍ୟବସାୟ ପରିଚାଳକ ଏବଂ ଓ ବିକ୍ରେତାମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ଏହି ତାଲିମ ମାଧ୍ୟମରେ କ୍ୟାଟେରୀଙ୍ଗି କର୍ମଚାରୀମାନଙ୍କୁ ଖାଦ୍ୟ ନିରାପତା, ଖାଦ୍ୟ ସଂରକ୍ଷଣ, ସଠିକ ଆଚରଣ, ସଠିକ ପୋଷାକ,ସଠିକ ସେବା,ସଠିକ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ବିଷୟରେ ତାଲିମ ଦିଆଯାଇଥିଲା । ଏହି ତାଲିମ ଏବଂ ଔପଚାରିକ କାର୍ଯ୍ୟ ସମାପ୍ତପରେ ଭୂବନେଶ୍ୱର ରେଳଷ୍ଟେସନରେ ଅଡିଟ କରାଯିବ ବୋଲି କୁହାଯାଇଛି ।

ଜଟଣୀରୁ ରଙ୍ଗନାଥ ବେହେରା, ୧୮/୨/୨୦୨୧----୮,୫୦


Blog Archive

Popular Posts