Breaking News

ସତ୍ୟବାଦୀରେ ବିଭିନ୍ନ ସ୍ଥାନରେ ଅଗ୍ନିଜଳା ଉତ୍ସବ ଅନୁଷ୍ଠିତ

 


ସାକ୍ଷୀଗୋପାଳ ------ ସତ୍ୟବାଦୀରେ ପୁରପଲ୍ଲୀରେ ଅଗ୍ନିତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ମାନଙ୍କ ଠାରୁ ବିଭିନ୍ନ ସ୍ଥାନରେ କାଠ ଓନଡା  ଏକାଠି ଗଦାଇ ଅଗ୍ନି ସଂଯୋଗ କରାଯାଇଥାଏ । ବର୍ଷକୁ ଥରେ ଏହି ପର୍ବ ବା  ଅଗ୍ନିଦେବତାଙ୍କୁ ପୂଜା କରିବାର ସୁଯୋଗ ମିଳିଥିବାରୁ ଲୋକମାନେ ଅଗ୍ନିତ୍ସବ ପାଳନ କରିଥାନ୍ତି । ଅଧିକାଂଶ ଯାଗାରେ ସକାଳୁ ସକାଳୁ ବାହ୍ମଣଙ୍କ ଦ୍ୱାରା ଦ୍ୱୀପ, ଧୁପ ଓ ଭୋଗ କରାଯିବା ପରେ ଘିଅ ବଳିତା ଦ୍ୱାରା ଅଗ୍ନିସଂଯୋଗ କରାଯାଇଥାଏ । ତାପରେ ପରେ ନଡିଆ, ଆଳୁ, ପନିପରିବା ଆଦି ଲୋକମାନେ ପୋଡିଥାନ୍ତି । ଏହି ପୋଡା ନଡିଆ ଓ ପନି ପରିବାର ସ୍ୱାଦ ଅଲଗା । ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ଚନ୍ଦନପୋଖରୀ ଛକରେ ଅଗ୍ନି ଉତ୍ସବ କାହିଁ କେଉଁ କାଳରୁ  ଅନୁଷ୍ଠିତ ହୋଇ ଆସିଛୁ । ସ୍ଥାନୀୟ ଦେକାନୀ ମାନେ ମିଳିତ ଭାବେ ଏହି ଅଗ୍ନତ୍ସବ କରି ଆସୁଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୧----୬,୨୦


Blog Archive

Popular Posts