ମା ମଙ୍ଗଳାଙ୍କ ପୀଠରେ ତ୍ରିଦିନାତ୍ମକ ରାମଚରିତ ମାନସ ପାରାୟଣ
-ସାକ୍ଷୀଗୋପାଳ-------ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାସୁକେରା ଗ୍ରାମରେ ମା ତାରେଣୀଙ୍କ ପୀଠରେ ୨୧ତମ ବାର୍ଷିକ ଶ୍ରୀ ଶ୍ରୀ ରାମଚରିତ ମାନସ ତ୍ରିଦିନାତ୍ମକ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନିଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗ୍ରାମରେ ଥିବା ରାମନାଟକ ଅନୁଷ୍ଠାନ ପକ୍ଷରୁ ରାମ ନାଟକ ପରିବେଷଣ କରାଯାଇଥିଲା । ଗୁରୁବାର ଯଜ୍ଞର ପୂର୍ଣ୍ଣାହୂତି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣାହୂତି ଦେଖିବା ପାଇଁ ପୀଠରେ ପୁରୁଷ ମହିଳାଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏଥିରେ କର୍ତ୍ତା ଭାବେ କ୍ଷେତ୍ର ମୋହନ ମିଶ୍ର ରହିଥିବା ବେଳେ ବ୍ୟାସ ଭାବେ ନାରାୟଣ ଦାଶ କାର୍ଯ୍ୟ ତୁଳାଇଥିଲେ । ମୁଖ୍ୟ ପୁରୋହିତ ଭାବେ ସୂର୍ଯ୍ୟନାରାୟଣ ଷଡଙ୍ଗୀ ଓ ସାଥୀ ମାନେ ଯଜ୍ଞ କାର୍ଯ୍ୟ ସମାପନ୍ନ କରିଥିଲେ । ବାସୁକେରା ଗ୍ରାମବାସୀ ମାନେ ସହଯୋଗ କରିବା ସହିତ ପୂର୍ଣ୍ଣାହୂତି ପରେ ସମୂହ ପ୍ରସାଦ ସେବନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୧---୪,୫୫