ମାଜିଷ୍ଟେଟ ନିର୍ଦ୍ଦେଶକୁ ଡେଲାଙ୍ଗ ଥାନା ଆଇଆଇସିଙ୍କ ଅବମାନନା; ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ
ଡେଲାଙ୍ଗ------ ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ମୌଜାରେ ଏକ ଜମିବାଡି ସମ୍ପତିକୁ ନେଇ ଅଭୟ ଚରଣ ସାହୁ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ପକ୍ଷରୁ କୌଣସି ସୁଫଳ ନ ମିଳିବାରୁ ଶ୍ରୀ ସାହୁ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ମାଜିଷ୍ଟେଟ ଶ୍ରୀ ସାହୁଙ୍କ ଅଭିଯୋଗକୁ ଗ୍ରହଣ କରି ଉକ୍ତ ଜମିରେ ଦୁଇ ପକ୍ଷଙ୍କୁ କୌଣସି ନିର୍ମାଣ ଧୀନ କାମ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଡେଲାଙ୍ଗ ଥାନା ଅଧିକାରୀ ଶ୍ରୀ ସାହୁଙ୍କ ବିରୋଧ ଗୋଷ୍ଠୀଙ୍କୁ ବିବାଦୀୟ ଜମିରେ କାମ କରିବା ପାଇଁ ସହମତି ଦେଇଥିବା ନେଇ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ ନ୍ୟାୟ ପାଇଁ ୯ ତାରିଖରେ ପୁରୀ ଏସପି ଡ, କନୱର ବିଶାଳ ସିଂଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରି ନ୍ୟାୟ ପାଇଁ ଭିକ୍ଷା କରିଥିଲେ ଶ୍ରୀ ସାହୁ । ଡେଲାଙ୍ଗ ଥାନା ଆଇଆଇସି ଶିକ୍ଷକ ଦମ୍ପତିଙ୍କୁ ମିଥ୍ୟା କେସରେ ଫସାଇ ତମର ଚାକୀର ନେଇ ଯିବି ବୋଲି ଧମକ ଦେଇଥବାରୁ ସେ ଏବେ ଭୟଭୀତରେ ରହିଥିବା କଥା ପୁରୀ ଏସପିଙ୍କୁ ଜଣାଇଛନ୍ତି । ପୁରୀ ଏସପି ସମସ୍ତ କାଗଜପତ୍ର ଓ କୋର୍ଟଙ୍କ ନିର୍ଦ୍ଦେଶକୁ ଦେଖିବା ପରେ ତୁରନ୍ତ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କୁ ତୁରନ୍ତ ଆଇନ ଅନୁସାରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶଦେଇଛନ୍ତି । ଏସପି ସଠିକ ନ୍ୟାୟ ପାଇବ ବୋଲି ଶିକ୍ଷୟତ୍ରୀ ଦମ୍ପତିକୁ ଆଶ୍ୱସନା ଦେଇଥିବା ସମ୍ପର୍କରେ ଶ୍ରୀ ସାହୁ କହିଛନ୍ତି । ଏଥିଯୋଗୁ ଉକ୍ତ ଦମ୍ପତି ମାଜିଷ୍ଟେଟ , ପୁରୀ ଏସପି ଓ ଏସଡିପିଓଙ୍କୁ ସାଧୁବାଦ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୨/୨୦୨୧----୫,୨୫