Breaking News

ବିଳମ୍ବିତ ରାତିରେ ଗାଡି ପୋଡି; ଥାନାରେ ଅଭିଯୋଗ


 ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରେ ନିଶାଡିଆ ମାନଙ୍କର ପ୍ରାଦୁଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଡେଲାଙ୍ଗ ପୋଲିସ ନିଶା ବେପାରୀଙ୍କୁ ଗିରଫ କରିବାସହ ମଦ ଜବତ କରି ଚାଲିଛନ୍ତି । ମାତ୍ର ସେମାନେ ଜାମିନିରେ ଆସିଲା ପରେ ନିଶା ବେପାର ଦୁଇଗୁଣ କରି ଦେଉଛନ୍ତି । ଯାହା ଫଳରେକି ଡେଲାଙ୍ଗରେ ଅତି କୋମଳମତି ଯୁବକ ମାନେ ନିଶା ସେବନ କରି ନିଜର ହିତାହିତ ଜ୍ଞାନ ଭୁଲିଯାଉଛନ୍ତି । ଚୋରୀ, ଡକାୟତି, ରାହଜାନୀ, ଗାଡି ଚୋରୀ କରିବାକୁ ପଛାଉନାହାନ୍ତି । ସୁଚନା ଯୋଗ୍ୟ ଯେ ଡେଲାଙ୍ଗ ଥାନା ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଗୌଡକେରା ଗ୍ରାମର ଶିବ ବାରିକ ନିଜର ଓଡି- ୧୩- ଇି- ୪୨୫୮ ହିରୋହୁଣ୍ଡା ମଟର ସାଇକେଲଟିକୁ ପ୍ରତିଦିନ ପରିନିଜ ଘର ଆଗରେ ଥୋଇଥିଲେ । ବିଳମ୍ବିତ ରାତିରେ କୌଣସି ନିଶାଖିଆ ଦୁବୁର୍ତ୍ତ ମଟର ସାଇକେଲରେ ନିଅଁ ଲାଗାଇ ଦେଇଥିଲା । କିଛି ସମୟ ଗାଡି ଜଳିବା ବମ ଫୁଟିଲା ପରି ଶଦ୍ଧ ହେଲା । ଶିବଙ୍କ ପରିବାର ସହିତ ଆଖ ପଡିଶା ପରିବାର ଲୋକମାନେ ଉଠିଥିଲେ । ଦାଣ୍ଡ ଦୁଆର ଖୋଲିକି ଦେଖିଲା ବେଳେକୁ ଶିବଙ୍କ ମଟର ସାଇକେଲଟି ହୁହୁ ହୋଇ ଜଳୁଛି । ନିଆଁ ନିଭାଇଲା ବେଳକୁ ଗାଡିଟି ସମ୍ପୁର୍ଣ୍ଣ  ପୋଡି ଯାଇଥିଲା ।ଏ ସମ୍ପର୍କରେ ଶିବ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୧----୫,୨୦

Blog Archive

Popular Posts