ବିଶ୍ୱଶାନ୍ତି ଓ ଅଷ୍ଟପ୍ରହରୀ ନାମଯଜ୍ଞରେ ଯୋଗଦେଇ ବିଶ୍ୱର କଲ୍ୟାଣ ସହ ରାଜ୍ୟକୁ କରୋନା ମୁକ୍ତ କରିବା ପାଇଁ ପ୍ରାର୍ଥନା କଲେ ବିଧାୟକ ; ଶ୍ରୀ ସାମନ୍ତରାୟ
ସାକ୍ଷୀଗୋପାଳ ----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ମାଘମାସ ଅବସରରେ ବିଭିନ୍ନ ଗ୍ରାମ ମାନଙ୍କରେ ଅଷ୍ଟପ୍ରହରୀ, ବିଶ୍ୱଶାନ୍ତି ମହାଯଜ୍ଞ, ରାମ ପରାୟଣ ଆଦି ର୍ଧାମିକ କାର୍ଯ୍ୟ ଅନୁଷ୍ଠିତ ହେଉଛି । ସେହିପରି ସତ୍ୟବାଦୀ ବ୍ଳକ ଜୟପୁର ଗ୍ରାମ ପଞ୍ଚାୟତର ସେବକସାହି ଗ୍ରାମ ମୁଣ୍ଡରେ ଥିବା ମା ଜାଗେଶ୍ୱରୀଙ୍କ ପୀଠରେ ତିନିଦିନ ଧରି ବିଶ୍ୱଶାନ୍ତି ଯଜ୍ଞ ର ପୂର୍ଣ୍ଣ।।ହୂତିରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ବିଶ୍ୱର କଲ୍ୟାଣ ସହିତ ରାଜ୍ୟରୁ କରୋନା ମୁକ୍ତ ପାଇଁ ମାଙ୍କ ପାଖେ ପ୍ରାର୍ଥନା କରିଥିଲେ । ତାଙ୍କ ସହିତ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ଉପାଧ୍ୟକ୍ଷା ବିକ୍ରମ କୁମାର ଜେନା, ଏବିଡିଓ ସାରଦା ପ୍ରସନ୍ନ ମହାନ୍ତିଙ୍କ ସହିତ ସାମାଜିକ କର୍ମୀ ଶଙ୍କର ପ୍ରଧାନ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ଯଜ୍ଞରେ ପୁରୋଧା ପଣ୍ଡିତ ସୁଦର୍ଶନ ମିଶ୍ରଙ୍କ ନେତୃତ୍ୱରେ ପଣ୍ଡିତ ମାନେ ଯଜ୍ଞସ୍ଥଳରେ ବଗଳାମୁଖୀ, ଅନନ୍ତେଶ୍ୱର ଦେବଙ୍କୁ ଅଭିଷେକ ଓ ଶ୍ରୀ ଗୋପାଳ ସହଶ୍ରନାମ ପାଠ କରିବା ସହ ଯଜ୍ଞରେ ଆହୂତି ପ୍ରଦାନ କରିଥିଲେ । ପୂର୍ଣ୍ଣାହୂତି ପରେ ହରିନାମ ସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରାଯାଇଥିଲା । ସନ୍ଧ୍ୟାରେ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସଭାପତି ପଣ୍ଡିତ ବିଶ୍ୱନାଥ ମିଶ୍ର ଓ କମିଟି ସଦସ୍ୟ ବିଚିତ୍ରା ନନ୍ଦ ମିଶ୍ର ସାର ଗର୍ଭକ ପ୍ରବଚନ ପ୍ରଦାନ କରିଥିଲେ । ସେହିପରି ବିଶ୍ୱନାଥପୁର ଶାସନରେ ଗୋପୀନାଥ ଦେବଙ୍କ ପୀଠରେ ଗଜଉଦ୍ଦାରଣ ବେଶ ସହିତ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଚଉଦଗୁଣ୍ଠ ଗ୍ରାମରେ ଅନୁଷ୍ଠିତ ଅଷ୍ଟପ୍ରହରୀ ଓ ନାମଯଜ୍ଞରେ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ସେଠାରେ କିଛି ସମୟ ରହିଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟଙ୍କ ସହିତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୧----୫,୩୫