Breaking News

ଫୋର୍ସ ଏକାଦଶ ଚମ୍ପିୟାନ ଟ୍ରଫି କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ



ଜଟଣୀ -ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିୟମ ଠାରେ ଫୋର୍ସ ଏକାଦଶ ଆନୁକୂଲ୍ୟରେ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଧମାକା ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ରୟାଲ ଲାୟନ ଏକାଦଶକୁ ପରାସ୍ତ କରି ଫୋର୍ସ ଏକାଦଶ ଚମ୍ପିଆନ ହୋଇଛି । ଗତ ଫେବୃଆରୀ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୬ ଟି ଦଳ ଭାଗ ନେଇଥିଲେ । ଫୋର୍ସ ଏକାଦଶ ଓ ରୟାଲ ଲାୟନ ଏକାଦଶ ମଧ୍ୟରେ  ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଫୋର୍ସ ଏକାଦଶ ଟସ ଜିତି ପ୍ରଥମେ ଫିଲଡିଂର ନିଷ୍ପତି ନେଇଥିଲେ । ରୟାଲ ଲାଇନ ଏକାଦଶ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୮ ଉଇକେଟ ହରାଇ୧୨୯  ରନ ସଂଗ୍ରହ କରିଥିବା ବେଳେ ଦଳର ଖେଳାଳି ନରେଶ ସର୍ବାଧିକ ୨୫ ରନ ସଂଗ୍ରହ କରିଥିଲେ । ଜବାବରେ ଫୋର୍ସ ଏକାଦଶ ୧୪ ଓଭରରେ ୬ ଉଇକେଟ ହରାଇ  ୧୩୦ରନ କରି ବିଜୟଲାଭ କରିଥିଲା । ଦଳ ପକ୍ଷରୁ ନୁଆଁ ସର୍ବାଧିକ ୩୭ ରନ ସଂଗ୍ରହ କରିଥିଲେ । ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଚମ୍ପିଆନ ଦଳକୁ ନଗଦ ପନ୍ଦର ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସଅପ ଦଳକୁ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଜ କୁମାର ପାଇକରାୟ ନଗତ ଦଶ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ।
ଆକାଶ କୁମାର ସାହୁ ଫୋର୍ସ ଏକାଦଶ ବିମଳ କୁମାରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଖେଳକୁ ପରିଚାଳନା କରିଥିଲେ ଦେବାଶିଷ ପଣ୍ଡା ଏବଂ ନିରଂଜନ ପଲେଇ । ମୁଖ୍ୟ ଅତିଥି ରୂପେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିବାବେଳେ ବିଜେପି ରାଜ୍ୟ କାରିଣୀ ସଦଶ୍ୟ ବିଶ୍ୱରଂଜନ ବଡ଼ଜେନା, ବିଜେପି ବରିଷ୍ଠ ନେତା ମହେଶ ମିଶ୍ର, ଜଟଣୀ ବିଜେପି ଉପସଭାପତି ଶତିଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ଏହି ଖେଳକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ କ୍ଲବର ବିନୋଦ ନାୟକ, କୁର୍ତ୍ତିରାଜ ପଟ୍ଟନାୟକ, ଦେବାଶିଷ ପଣ୍ଡା,, ବାସୁଦେବ ଜେନା, ଧିରେନ କୁମାର ସାହୁ, ସ୍ୱପ୍ନଜିତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥଲେ l
ଜଟଣୀ -ରଙ୍ଗନାଥ ବେହେରା, ୧୯/୨/୨୦୨୧----୧୦,୪୦

Blog Archive

Popular Posts