Breaking News

ବିଭିନ୍ନ ଦାବି ନେଇ ବି, ଇ, ଓଙ୍କୁ କନିଷ୍ଠ ଶିକ୍ଷକ ସଂଘ ଦେଲା ଦାବିପତ୍ର


 ସାକ୍ଷୀଗୋପାଳ ----- ବିଭିନ୍ନ ସମସ୍ୟା ନେଇ ସତ୍ୟବାଦୀ ବ୍ଳକର କନିଷ୍ଠ ଶିକ୍ଷକ ସଂଘ ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପ୍ରତ ପ୍ରଦାନ କରାଯାଇଛି । ସଂଘର ସଦସ୍ୟ ବିଶ୍ୱଜିତି ପ୍ରଧାନଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ବିଇଓ ଯତିନ୍ଦ୍ର ନାୟକଙ୍କୁ ଭେଟି ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ମାନଙ୍କୁ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିଛି କର୍ମଚାରୀ ଜାଣିଶୁଣି ହଇରାଣ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଏହି କ୍ୟାଡରର ଶିକ୍ଷକ ମାନଙ୍କୁ ପ୍ରତି ମାସରେ ସଠିକ ଦରମା ସଠିକ ତାରିଖରେ ମିଳୁନାହିଁ ।ବିଭିନ୍ନ ଦିନରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡକାଯାଇ ହଇରାଣ କରାଯାଉଛି । ଉଦ୍ଦେଶ୍ୟ ମୂଳକ ଭାବେ ଶିକ୍ଷା ସହାୟକ ମାନଙ୍କ ଦରମା ବନ୍ଦ କରାଯାଉଛି । କରୋନା ସମୟରେ ଇପିଏଫ ଟଙ୍କା ଜିଲ୍ଲାର ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ବକେୟା ଭାବେ ମିଳିଥିବା ବେଳେ ମାତ୍ର ସତ୍ୟବାଦୀରେ କାର୍ଯ୍ୟରତଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ମାନଙ୍କୁ ଏ ପର୍ଯ୍ୟନ୍ତ ଇପିଏଫ ଟଙ୍କା ମିଳୁପାରୁନାହିଁ ।  ତୁରନ୍ତ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ନାୟକ ଅଭିଯୋଗ ପାଇବା ପରେ ତୁରନ୍ତ ପଦକ୍ଷେପ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ନଚେତ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ନାୟକଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହନ୍ତି ଏକ ବେ ସରକାରୀ ବ୍ୟାଙ୍କକୁ ବିଲ ଯାଇଥିଲା ସେଠାରେ କୌଣସି କାରଣରୁ ଏହି ବିଲ ଅଟକି ଯାଇଛି । ବହୁ ଶିଘ୍ର ଏହାର ସମାଧାନ ହେବ । ଅନ୍ୟ ପକ୍ଷେ କିଛି ଶିକ୍ଷକ କହନ୍ତି ସତ୍ୟବାଦୀରେ ସରକାରୀ ଓ ବେ ସରକାରୀ ବ୍ୟାଙ୍କ ରହିଥବା ବେଳେ ଚନ୍ଦନପୁର ଠାରେ ଉକ୍ତ ବେସରକାରୀ ବ୍ୟାଙ୍କରେ କାହିଁକି ଆକାଉଣ୍ଟ କରାଯାଉଛି । ଯାହା ଫଳରେକି ସେଠାରେ ବାରମ୍ବାର ଏହି ଅସୁବିଧା ଲାଗି ରହିଛି ବୋଲି ଶିକ୍ଷକ ମାନେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ବ୍ୟାଙ୍କ ବଦଳାଇବା ପାଇଁ ଶିକ୍ଷକ ମାନେ ମଧ୍ୟ ଦାବି କରିଛନ୍ତି ।  ସଂଘର ସଭାପତି ରମାକାନ୍ତ ସାହୁ, ସମ୍ପାଦକ ଅନ୍ନଦାନନ୍ଦ ସାମନ୍ତରାୟ, ବିନୋଦ ବିହାରୀ ରାଉତରାୟ, ତପସ୍ୱିନୀ ମହାପାତ୍ର, ଅନିତା ପ୍ରଧାନ, ଦୀପ୍ତି ରଞ୍ଜନ ପ୍ରଧାନଙ୍କ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୨/୨୦୨୧---୫,୪୫


Blog Archive

Popular Posts