ବାଇକ ଧକାରେ ସାଇକେଲ ଚାଳକ ଗୁରୁତର, ଘଟଣାସ୍ଥଳରେ ଗ୍ରାମବାସୀଙ୍କ ରାସ୍ତାରୋକୋ,
ଜଟଣୀ----, ଜଟଣୀ-ଭୂବନେଶ୍ୱର ମୂଖ୍ୟରାସ୍ତାର ଷଣ୍ଢପୁରଠାରେ ମଙ୍ଗଳବାର ପୁର୍ବାହ୍ନ ୮ଟା ସମୟରେ ଗ୍ରାମର ଗୁଣ୍ଡୁରୀ ସ୍ୱାଇଁ ସାଇକେଲ ଯୋଗେ ଜଟଣୀ ଅଭିମୂଖେ ଯାଉଥିଲେ । ଜଟଣୀ କୁଦିଆରୀ ଅଞ୍ଚଳର ଜଣେ ଯୁବକ ବାଇକନେଇ ଆସୁଥିବା ସମୟରେ ଗୁଣ୍ଡୁରୀଙ୍କ ସାଇକେଲ ସହିତ ଧକ୍କା ହୋଇଯାଇଥିଲା । ଘଟଣାସ୍ଥଳରେ ଗୁଣ୍ଡୁରୀଙ୍କ ଡାହାଣ ଗୋଡଟି ଭାଙ୍ଗିଯିବା ସହିତ ଗୁରୁତର ହୋଇ ପଡିଛନ୍ତି । ଗ୍ରାମବାସୀ ଓ ଆଖପାଖ ବ୍ୟକ୍ତିଙ୍କ ସହାୟତାରେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସାପାଇଁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୂବନେଶ୍ୱରର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ମାତ୍ର ଏହି ଦୁର୍ଘଟଣା ଉକ୍ତ ରାସ୍ତାରେ ବାରମ୍ବାର ଘଟୁଥିବା ନେଇ ପ୍ରଶାସନ ନିକଟରେ ଏଠାରେ ହମ୍ପସ୍ ନିର୍ମାଣଲାଗି ଦାବି କରିଆସୁଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିଲେ । ତେବେ ଏନେଇ ଷଣ୍ଢପୁର ଗ୍ରାମବାସୀମାନେ ଆଜି ପୁର୍ବାହ୍ନ ୯ଟାଠାରୁ ମୂଖ୍ୟରାସ୍ତାକୁ ୪ଘଣ୍ଟା ଧରି ଅବରୋଧ କରିଥିଲେ । ଖବରପାଇ ଜଟଣୀ ଥାନାଧିକାରୀ ପହଞ୍ଚିଁ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ହେଁ ଦୁର୍ଘଟଣା ବ୍ୟକ୍ତିଙ୍କର କ୍ଷୟକ୍ଷତି ପୁରଣ ଏବଂ ଏଠାରେ ହମ୍ପସ ନିର୍ମାଣ ଦାବିରେ ଅଟଳରହିଛନ୍ତି । ଖବର ଲେଖା ହେଲା ବେଳକୁ ଗ୍ରାମାବସୀ ମାନେ ଧାରଣାରେ ବସି ରହିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରା, ୨୩/୨/୨୦୨୧----୯,୪୦