ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତର କଅଁପଡା ଗ୍ରାମର ଗୋକୁଳାନନ୍ଦ ସାମନ୍ତସିଂହାରଙ୍କ ଘରୋଇ ଜଙ୍ଗଲରେ କେହି ଦୁବୃତ୍ତ ନିଆଁ ଲଗାଇ ଦେବା ସହ ଦାଣ୍ଡ ପିଣ୍ଡାରେ ଥୁଆ ହୋଇଥିବା ୯ ବସ୍ତା ଧାନ ନେଇଯାଇଥିବା ନେଇ ସେ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ଗ୍ରାମରେ କଙ୍ଗାରୁକୋର୍ଟ ମାଧ୍ୟମରେ ଏକ ଘରକିଆ କରାଯାଇଛି । ଗୋକୁଳାନନ୍ଦଙ୍କର ପର୍ଦନାପଡା ପୋଖରୀ ସନ୍ନକଟ ଗୌଡତଡା ଜଙ୍ଗଲରେ ଥିବା ୨ଏକର ଜମି ଜଙ୍ଗରେ କେହି ଦୁବୃତ୍ତ ନିଆଁ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ ଗଛ ଜଳି ପୋଡି ଯାଇଛି । ଡେଲାଙ୍ଗ, କଣାସରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ । ପୂର୍ବ ଶତ୍ରୁତାକୁ ନେଇ ଏହି ଅଗ୍ନିକାଣ୍ଡ ଘଟିଥିବା ସେ ସନ୍ଦେହ କରିବାସହ ଥାନାରେ ଅଭିଯୋଗ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୧---୪,୪୦