Breaking News

ବଧୂହତ୍ୟା ସନ୍ଦେହ ଅଭିଯୋଗ

 ଜଟଣୀ----ଜଟଣୀଥାନା ଅନ୍ତର୍ଗତ ପଦନପୁର ପଞ୍ଚାୟତ ଅଧିନସ୍ଥ ମୁଣ୍ଡଳୀସାହିର ଜୟକୃର୍ଷ୍ଣ ରଣାଙ୍କୁ ଦିର୍ଘ ୧୬ବର୍ଷ ପୁର୍ବେ ବୈଦିକ ରିତିରେ ପ୍ରଭାସିନୀ ରଣା(୩୫) ବିବାହ କରିଥିଲେ । ପରିବାରରେ ସାବତ ଶାଶୁ, ଶଶୁର,ସ୍ୱାମୀ,ନଣନ୍ଦ,ଖୁଡିଶାଶୁ,ଖୁଡିଶ୍ୱଶୁର ଇତ୍ୟାଦି ଏକ ପରିବାର ମଧ୍ୟରେ ରହନ୍ତି । ମାତ୍ର ବିବାହଠାରୁ ବୋହୁ ପ୍ରଭାସିନୀଙ୍କ ସହିତ ପରିବାରର ଭଲ ସମ୍ପର୍କ ନଥିଲା । ତେଣୁ ବିବାହଠାରୁ ପରିବାରରେ ପ୍ରତିଦିନ କଳିଝଗଡା ଲାଗି ରହିଥାଏ । ମାତ୍ର ୩ ମାସପୁର୍ବେ ନୟାଗଡ ପରୀ ମାମଲାରେ ପ୍ରଭାସିନୀ ଜଣେ ମହିଳାଙ୍କ ସହିତ ରାଲିରେ ଯାଇଥିଲେ । ସେଠାରେ ମୋବାଇଲଟି ହଜିଯାଇଥିଲା । ତେବେ ଘରକୁ ଫେରିବାପରେ ସ୍ୱାମୀ ମୋବାଇଲ ସମ୍ପର୍କରେ ପଚାରିବା ସହିତ ମାଡ ମାରିଥିବା ପରିବାର ଲୋକେ କହିଥିଲେ । ସେହିଦିନଠାରୁ ପରିବାରରେ ମାତ୍ରାଧିକ ଅଶାନ୍ତି ସୃଷ୍ଟି ହେବା ସହିତ ମୋବାଇଲ ଆଣି ଆସିଲେ ଘରେ ରହିବୁ ବୋଲି ଜିଦକରିଥିଲେ । ତେବେଆଜି ରହୁଥିବା ଘରେ ପ୍ରଭାସିନୀଙ୍କ ମୃତଦେହ ପଡିଥିବା ଦେଖି  ପରିବାର ଲୋକେ ଥାନାକୁ ଜଣାଇଥିଲେ ।  ତାର ସ୍ୱାମୀଘର ଲୋକେ ମାରିଦେଇଥିବା ଅନୁମାନ କରାଯାଉଛି ବୋଲି ମୃତ ପ୍ରଭାସିନୀଙ୍କ ବଡଭଉଣୀ କହିଛନ୍ତି । ଏନେଇ ଖବରଲେଖା ହେବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି । 

ଜଟଣୀରୁ ରଙ୍ଗନାଥ ବେହେରା, ୨୮/୨/୨୦୨୧----୬,୦୦


Blog Archive

Popular Posts