Breaking News

ବାଗଲପୁର ଗ୍ରାମରେ ୫୬ତମ ଅଷ୍ଟପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୂତି


 ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମରେ ଥିବା ମା’ରୁଦ୍ରାୟଣୀଙ୍କ ପୀଠରେ ୫୬ତମ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବାଇଧର ପରିଡା ଓ କୁନି ପରିଡା କର୍ତ୍ତାକର୍ତ୍ତୀ ଭାବେ ରହିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଭାବେ ବାବନ ଚନ୍ଦ୍ର ନନ୍ଦ ରହିଥିଲେ ।  ବ୍ୟାସ ଭାବେ  ବାବା ଉଦ୍ଧବ ଚରଣ ଦାସ ଓ ଆର୍ତ୍ତତ୍ତ୍ରାଣ ମିଶ୍ର ଭାଗବାତ ପାଠ କରିଥିଲେ । ଏହି ଅବସରରେ  ଗ୍ରାମରେ ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଗ୍ରାମର କେତେକ ପରିବାର ହବିଷାନ୍ନରେ ରହିଥିଲେ । ଏଥିରେ ଆଠଟି  ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ । ବାଗଲପୁର, ତଳସାହି, ମାଠସାହି, ବନମାଳୀପୁର, ଶଇରୀ, ସାରଳାପଡା, ବାଲିପୋଖରୀ ଓ ବଡତୋଟା ଗ୍ରାମର ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ । ନାମଯଜ୍ଞର ପୂର୍ଣ୍ଣାହୂତି ଦିନ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଗ୍ରାମର ବାସୁଦେବ ଯୁବକ ସଂଘ ଓ ଗ୍ରାମବାସୀଙ୍କ ସହଯୋଗରେ ୫୬ ବର୍ଷ ଧରି ଅଷ୍ଟପ୍ରହରୀ ଓ ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଆସୁଛି ବୋଲି ଗ୍ରାମ ପରିଚାଳନା କମିଟିର ସଭାପତି  ରବିନ୍ଦ୍ର ପରିଡା ଓ ଉପସଭାପତି ଭ୍ରମର ପରିଡାଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍‌ଦ୍ର ସେନାପତି, ୧୮/୨/୨୦୨୧----୬,୧୫

Blog Archive

Popular Posts