Breaking News

୧୯୯୧ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ


 ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ  ଘୋରଡିଆ ନୋଡାଲ ହାଇ ସ୍କୁଲର ୧୯୯୧ ମସିହା ମାଟ୍ରିକ ବ୍ୟାଚ୍   ଛାତ୍ରଛାତ୍ରୀମାନଙ୍କ ର ଏକ ବନ୍ଧୁମିଳନ ଗଡକାଳୁପଡାସ୍ଥିତ ମା ଗଡଚଣ୍ଡି ପିଠରେ ଅନୁଷ୍ଟିତ ହୋଇଯାଇଛି ।  ଉକ୍ତ ବ୍ୟାଚର  ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସେମାନଙ୍କର ପରିବାର ସହିତ ଯୋଗ ଦେଇଥିଲେ । ସେହି  ଦିନର ପୁରୁଣା ସ୍ନୃତିକୁ ମନପକାଇ  ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ  କରିଥିଲେ । ମୋ ସ୍କୁଲ ଅଭିଯାନରେ ସମସ୍ତେ ସାମିଲ ହୋଇ ବିଦ୍ୟାଳୟର ବିକାଶ  ପାଇଁ ଓ ପରସ୍ପରକୁୁ  ସହଯୋଗ ,ସହାୟତା କରିବା ପାଇଁ ଏହି ବନ୍ଧୁ ମିଳନରେ ସର୍ବସମିତି କ୍ରମେ   ନିଷ୍ପତି  ହୋଇଥିଲା । ଆଲୋକମୟ ହରିଚନ୍ଦନ,ବିଭୁତିଭୁଷଣ ପାଇକରାୟ,ଅରୁଣ ପଣ୍ଡା,ପ୍ରକାଶ ପାଟ୍ଟଶାଣୀ,ଶ୍ରୀନିବାସ କୁଣ୍ଡ,ମାନସ ବଡଜେନା,ସରୋଜ ଚମ୍ପତି,କୈଳାସ ଚନ୍ଦ୍ର ପରିଡା ,ରବିନାରାୟଣ ପରିଡା ,ପ୍ରମୋଦ କୁମାର ସାହୁ, ବିଦ୍ୟାଧର ମାର୍ଥା.ପ୍ରକାଶ ସାମନ୍ତସିଂହାର ,ସର୍ବେଶ୍ୱର ପାତ୍ର,କୃଷ୍ଣ ଚନ୍ଦ୍ର ପାଲଟାସିଂହ,ଗିତାରାଣୀ ରଣଜିତ୍‌, ହରପ୍ରିୟା ପାଇକରାୟ,ଅଲିଭା ଦାସ,ଭାରତି ଦାସ,ମଜୁଂଲତା ସାହୁ ,ବିଷ୍ଣୁପ୍ରିୟା ବଳବନ୍ତରାୟ ,ରତ୍ନମଜଂରୀ ସାହୁ ,ପ୍ରବୀଣା ମଙ୍ଗରାଜ,ଅର୍ଣ୍ଣପୁର୍ଣ୍ଣା ରଣଜିତ,ରାଜକିଶୋର ମାର୍ଥା, ପିତବାସ ମହାରଣା ,ମନୋଜ ମାହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଲେଚନାରେ ଭାଗ ନେଇଥିଲେ  । ଶେଷରେ ଅଲିଭା ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୩/୨/୨୦୨୧---୯,୧୫

Blog Archive

Popular Posts