ବିଦ୍ୟାଳୟ ମାନଙ୍କରେ ସରସ୍ୱତୀ ପୂଜା ଅନୁଷ୍ଠିତ
ସାକ୍ଷୀଗୋପାଳ------- ସତ୍ୟବାଦୀ ବ୍ଳକରେ ବିଭିନ୍ନ ସରକାରୀ ବେସରକାରୀ ସ୍କୁଲ , କଲେଜ ଗୁଡିକରେ ମହା ଆଡମ୍ବରରେ ମା ସରସ୍ୱତୀ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ମାତ୍ର ଯେଉଁ ବିଦ୍ୟାଳୟ ଗୁଡିକ ଖୋଲିନାହିଁ ସେଠାରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କୋଭିଡ- ୧୯ ଅନୁଯାୟୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ମାନଙ୍କରେ ସକାଳୁ ସକାଳୁ ପିଲା ମାନେ ଗାଧୁଆ ପାଧୁଆ ସାରି ନୂତନ ବସ୍ତ୍ର ପରିଧାନ କରି ହାତରେ ଫୁଲ ଓ ନଡିଆ ଧରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପହଞ୍ଚିଥବାର ଦେଖାଯାଇଥିଲା । ସେହିପରି ଗ୍ରାମ ମାନଙ୍କରେ ଥିବା ମଠ ଓ ମନ୍ଦିର ମାନଙ୍କରେ ପୂଜିତ ମା ସରସ୍ୱତୀଙ୍କୁ ପୂଜା କରି ପୁଷ୍ପାଞ୍ଜଳି ଦେଇ ଫଳମୂଳ ଭୋଗ କରିଥିଲେ । ଛୋଟ ଛୋଟ ପିଲା ମାନେ ଆଜି ମା ବାଗଦେବୀ ବିଦ୍ୟାଦାୟନୀ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିବା ସହ ଖଡି ଛୁଇଁ ପାଠ ପଢ଼ା ଆରମ୍ଭ କରିଥିବାର ଦେଖାଯାଇଥିଲା । ବଜାର , ଗ୍ରାମ ଛକ ମାନଙ୍କରେ ପିଲାମାନେ ଦଳ ଦଳ ହୋଇ ବୁଲୁଥିବାର ଦେଖାଯାଇଥିଲା ।ସରସ୍ୱତୀ ପୂଜା ଏ ବର୍ଷ ବିନା ଛାତ୍ରଛାତ୍ରୀରେ ହୋଇଥିବା ପରି ଲାଗିଛି । କୌଣସି ଶିକ୍ଷା ଅନୁଷ୍ଠାନରେ ଭୋଜି ଭାତର ଆସର ଦେଖିବାକୁ ମିଳିନଥିଲା । ସେହିପରି ଡେଲାଙ୍ଗ ବ୍ଳକରେ କୋଭିଡ-୧୯ ଅନୁଯାୟୀ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୨/୨୦୨୧----୯,୫୫