ପ୍ରଥମଥର ପାଇଁ ଖୋର୍ଦ୍ଧାରୋଡ ରେଳମଣ୍ଡଳର ୩ଟି ସ୍ଥାନରୁ ସିମେଣ୍ଟ ପରିହନ ଆରମ୍ଭ କଲା
ଜଟଣୀ---- ସାଂପ୍ରତିକ ମହାମାରୀ କୋଭିଡ-୧୯ ପରେ ପ୍ରଥମଥରଲାଗି ଖୋର୍ଦ୍ଧାରୋଡ ରେଳମଣ୍ଡଳର ଯାଜପୁର,କେଉଁଝର ଓ ହରିଦାସପୁରରୁ ସିମେଣ୍ଟ ପରିବହନ ଆରମ୍ଭ କରିଛି । ହରିଦାସପୁରର ରାମକୋ ସାଇଡିଂରୁ ୨୧ଟି ୱାଗନ ସିମେଣ୍ଟର ଏକ ସଂପୁର୍ଣ୍ଣ ରେକ୍ ପରିବହନ କରିଥିବା ବେଳେ ଯାଜପୁର ଓ କେଉଁଝର ରୋଡରୁ ୨୧ଟି ୱାଗନ ସିମେଣ୍ଟର ଗୋଟିଏ ରେକ୍ ପରିବହନ କରିଛି । ବ୍ୟବସାୟ ବିକାଶ ୟୁନିଟ ଅଧିନରେ ଏହା ଏକ ପଦକ୍ଷେପ ବୋଲି ଖୋର୍ଦ୍ଧାରୋଡ ରେଳପଥ ପକ୍ଷରୁ କୁହାଯାଇଛି । ବ୍ୟବସାୟ ବିକାଶ ୟୁନିଟ୍ ପଦକ୍ଷେପରେ ପ୍ରଥମଥର ଲାଗି ପରିବହନ ହୋଇଥିବା ୨୧ୱାଗନ ତଥା ୧୩୫୯ଟନ୍ ହରିଦାସପୁରରୁ ଓଡିଶାର ବାଲେଶ୍ୱରକୁ ପରିବହନ ହୋଇଥିବା ସିମେଣ୍ଟପାଇଁ ରେଳପଥକୁ ୩,୯୧,୨୮୫ଟଙ୍କା ରାଜସ୍ୱ ଆସିଥିବା କୁହାଯାଇଛି । ସେହିପରି ୨୧ଟନ୍ ୱାଗନର ଆଉ ଏକ ସଂପୁର୍ଣ୍ଣ ରେକ୍ ଯଥା ୧୩୮୦ଟନ୍ ସିମେଣ୍ଟ ଯାଜପୁର-କେଉଁଝର ରୋଡରୁ ପ୍ରଥମଥର ଲୋଡ ହୋଇ ପଶ୍ଚିମବଙ୍ଗର ଡାଙ୍କୁଣିକୁ ପରିବହନ କରାଯାଇ ରେଳପଥର ରାଜସ୍ୱରେ ୮,୦୨,୨୫୪ ଟଙ୍କାର ବୃଦ୍ଧି ପାଇଛି । ଫଳରେ ବ୍ୟବସାୟ ବିକାଶ ୟୁନିଟ ଅଧିନରେ ଚାଲିଥିବା ନିରନ୍ତର ପ୍ରୟାସ ସହିତ ନୂତନ ଟ୍ରାଫିକ ପ୍ରସ୍ତାବଗୁଡିକର କାର୍ଯ୍ୟକାରୀତା କ୍ଷେତ୍ରରେ ଏହି ବିଭାଗ ସଫଳତା ହାସଲ କରୁଛି ବୋଲି କୁହାଯାଇଛି ।
ଜଟଣୀରୁ ରଙ୍ଗନାଥ ବେହେରା, ୧୮/୨/୨୦୨୧---- ୬,୧୦