Breaking News

ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ଓ ଜୋତାମୋଜା ବଣ୍ଟନ ଉତ୍ସବ



 ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ୬୧ ଜଣ ଛାତ୍ର ଛାତ୍ରୀଙ୍କୁ ନୂତନ ପୋଷାକ ଓ ଜୋତା ମୋଜା ବଣ୍ଟନ  କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ବିଦ୍ୟାଳୟକୁ ପିଲାଙ୍କୁ ଆସିବାକୁ ବାରଣ କରାଯାଇଥିବାରୁ ସେମାନଙ୍କ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କ ପାଇଁ ପୋଷାକ ଓ ଜୋତା ମୋଜା ନେଇଥିବାର ଦେଖାଯାଇଥିଲା । ଏହି ବଣ୍ଟନ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କେଦାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ରାଜ୍ୟ ସରକାରଙ୍କର ଏହି ଯୋଜନା ସମ୍ପର୍କରେ ମତ ରଖିଥଲେ । ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ର ଛଶତ୍ରୀ ମାନେ ଏହି ଯୋଜନାରେ ସାମିଲ ହୋଇ ପାରିଛନ୍ତି ବୋଲି ଶିକ୍ଷୟତ୍ରୀ ବିନୋଦିନୀ ମହାପାତ୍ର କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ରତ୍ନାକର ଚମ୍ପତି, ସନ୍ତୋଷ କୁଣ୍ଡୁ, ବସନ୍ତ ପ୍ରଧାନ, ସତ୍ୟବ୍ରତ ମିଶ୍ର ଓ ଶିକ୍ଷୟତ୍ରୀ ସ୍ନେହଲତା ସାହୁଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୧---୪,୪୫

Blog Archive

Popular Posts