ରାଢୁଅ ଗ୍ରାମ ଛକଠାରୁ ଶିଶୁଆପଡା ଆରଡି ରାସ୍ତା ଅବସ୍ଥା ଶୋଚନୀୟ ; ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦିକାରେ ଚାଲିଛି କାମ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତ ଅଧିନସ୍ଥ ରାଢୁଅ ଗ୍ରାମ ଛକଠାରୁ ଶିଶୁଆପଡା କେନାଲ ବନ୍ଧ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଅଧିନରେ ରାଢୁଅ,ବାଲିହୁଙ୍କା,ଶିଶୁଆପଡା,ନୁଆହାଟ ଓ ଘୋରଡିଆ ଗ୍ରାମର ଜନସାଧାରଣ ନିର୍ଭର କରିଥାନ୍ତି । ପ୍ରତ୍ୟକ ଦିନଏହି ରାସ୍ତା ଉପରେ ଶତାଧିକ ଲୋକମାନେ ଯିବା ଆସିବା କରିବା ସହିତ କଲେଜ , ସ୍ଲୁଲ ପିଲାମାନେ ଯିବା ଆସିବା କରିଥାନ୍ତି । ଏହି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ପ୍ରତିଦିନ ଏହି ରାସ୍ତା ଦେଇ ଯିବା ଆସିବା ସମୟରେ ବିଭିନ୍ନ ସମୟରେ ଦୃର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସୁଚନା ଯୋଗ୍ୟ ଯେ ଗତ ବର୍ଷ ବନ୍ୟା ପାଣିରେ ଏହି ରାସ୍ତାଟି ସମ୍ପୁର୍ଣ୍ଣ ଧୋଇ ଯାଇ କ୍ଷତିଗ୍ରସ୍ତ ହୋଇଥିଲା । ରାସ୍ତା ମରାମତି ନେଇ ବିଭାଗୀୟ କର୍ତୁପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ କୈାଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମାବସୀ ମାନେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷେ ଦିବଗଂତ ବିଧାୟକଙ୍କର ପରଲୋକ ପରେ ବିଭାଗୀୟ ଅଧିକାରୀ ମାନେ ମନଇଛା କାର୍ଯ୍ୟ କରି ଆସୁଛନ୍ତି ବୋଲି ଜଣାପଡିଛି । ଏପରିକି ଆରଡି ଅଧିନରେ ହେଉଥିବା କେତେକ କାମ ଅତି ନିମ୍ନମାନର କାମ କରି ଫାଇନାଲ ବିଲ କରି ନେବାକୁ ଏବେ ପୟାସ ଜାରି ରହିଛି । ଆଗାମି ଉପନିର୍ବାଚନ ପୁର୍ବରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ନହେଲେ ଆଖ ପାଖ ଚାରିଖଣ୍ଡ ଗ୍ରାମର ଜନସାଧରଣ ଭୋଟ ବର୍ଜନ ଭଳି ଚରମ ନିଷ୍ପତି ନେବେ ବୋଲି ଅସମର୍ଥିତ ସୁତ୍ରରୁ ଶୁଣିବାକୁ ମିଳୁଛି । ଏହି ରାସ୍ତାରେ ବିଭାଗୀୟ ପକ୍ଷରୁ ଅନେକ ଥର କାମ କରାଯାଉଛି ମାତ୍ର ତାହା ଅତି ନମ୍ନମାନର ହେଉଥିବାରୁ ପ୍ରତି ବର୍ଷ ଏହି ରାସ୍ତାରେ କାଲଖମା ସୃଷ୍ଟି ହେଉଛି । ଅନ୍ୟପଟେ କଲ୍ୟାଣପୁର ସରପଙ୍କ ପ୍ରତିନିଧି ସଞ୍ଜୟ କୁମାର ଜେନା କହୁନ୍ତି ବନ୍ୟା ପାଣିରେ ଏହି ରାସ୍ତା ବୁଡି ଯାଇଥିବାରୁ ରାସ୍ତାରେ ବିରାଟ ଖାଲଖମା ସୃଷ୍ଟି ହୋଇଛି । ଯାହା ଫଳରେ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନେ ଯାତାୟତ କରିବାରେ ବାଧା ସୃଷ୍ଟି ହେଉଛି । ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯଥା ଶିଘ୍ର ନିର୍ମାଣ କରିବା ପାଇଁ ସେ ଦାବୀ କରିଛନ୍ତି । ମାତ୍ର ବିଭାଗୀୟ ଅଧିକାରୀ ସବୁ ଜାଣି ଶୁଣି ମଧ୍ୟ ଏ ରାସ୍ତା ପ୍ରତି ନଜର ଦେଉନଥିବା ଅଭିଯୋଗ ମାନ ହେଉଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୨/୨୦୨୧---୯,୫୫