ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବୀ କରିଛି ଶ୍ରୀଜଗନ୍ନାଥ ସେନା
ପୁରୀ- ପୁରୀ ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବୀ କରିଛି ଶ୍ରୀଜଗନ୍ନାଥ ସେନା।କରୋନା ମହାମାରୀ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। ପ୍ରତ୍ୟହ ପୁରୀ ସହରବାସୀ ମଙ୍ଗଳ ଆଳତି ଓ ବଡ଼ସିଂହାର ବେଶ ଦେଖିବାକୁ ଯାଇଥାନ୍ତି।ସ୍ନାନପୂର୍ଣ୍ଣିମା, ରଥଯାତ୍ରା ଓ ନାଗାର୍ଜୁନ ବେଶରେ ପୁରୀ ବାସୀ ଅକୁଣ୍ଠ ସାହାଯ୍ୟ, ସହଯୋଗ କରିଥିବାରୁ ପୁରୀ ସହର ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରାରେ ପ୍ରବେଶ ବ୍ୟବସ୍ଥା କରିବାକୁ ଶ୍ରୀଜଗନ୍ନାଥ ସେନା ଦାବୀ କରିଛି। ଏ ନେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଶଙ୍କରାଚାର୍ଯ୍ୟ, ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ପୁରୀ ରୁ ଜୟନ୍ତ କୁମାର ସେଠୀ , ୧୬/୨/୨୦୨୧----୧୨,୨୦