Breaking News

ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ


ସାକ୍ଷୀ ଗୋପାଳ ନିଉଜ ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ :-ବରଗଡ ଜିଲ୍ଲା ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ ଏମପାୱାର ମେଣ୍ଟ ବରଗଡ ତରଫରୁ ଭେଡେନ ବ୍ଲକ ଡାଲବ ପଞ୍ଚାୟତ ର କନ୍ଧପଡ଼ାର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।   କରୋନା ୧୯ ପ୍ରଭାବ ବିସ୍ତାର କରି ସରକାରଙ୍କ ତରଫରୁ ଲକଡାଉନ, ସଟଡାଉନ ଓ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରାଯାଇଥିଲା । ସେ ସମୟରେ ଲିପିକା ସେଠ୍ ପାଇଥିବା ଉତ୍ତରୀୟକୁ କାଟି ନିଜେ ସିଲେଇ ମେସିନ ସାହାଯ୍ୟରେ ମାକ୍ସ ତିଆରିକରି ଜନସାଧାରଣ ଙ୍କୁ ବଣ୍ଟନ କରିଥିଲେ। ଏହି ସାମାଜିକ କାର୍ଯ୍ୟ ପାଇଁ ନିକଟରୁ ଅନେକ ପ୍ରଶଂସା ସାଉଁଟିଥିଲେ ।  ଏପରି କାର୍ଯ୍ୟ କରିବା ପାଇଁ ତାଙ୍କର ଶୁଭଚିନ୍ତକ ମାନଙ୍କ ଠାରୁ ପ୍ରେରଣା ପାଇଥିଲେ। ତାଙ୍କର ଏହିପରି କାର୍ଯ୍ୟକ୍ରମ ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନସେବା କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ ପାୱାରମେଣ୍ଟ ବରଗଡ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ତରଫରୁ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ମୁକୁନ୍ଦ ଦାସ ଓ ସହଯୋଗୀ ସଦସ୍ୟ ତଥା ସାମ୍ବାଦିକ ଭବାନୀଶଙ୍କର ପାଢୀ  ଥୁଆପାଲି ର ଯୋଗ ଦେଇ ଲିପିକା ସେଠ୍ ଙ୍କୁ  ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିିବା ସହ  ତାଙ୍କ ଭବିଷ୍ୟତ ଉଜ୍ବଳ ହେଉ ତାଙ୍କ  ଆଶା ଓ ଆକାଂକ୍ଷା ପୂରଣ ହେଉ ବୋଲି କାମନା କରିଥିଲେ। ଲିପିକା ସେଠ୍ ଅଗ୍ରଣୀ ସାମାଜିକ ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ ପାୱାର ମେଣ୍ଟର ସମସ୍ତ ସଦସ୍ୟ ସଦସ୍ୟା ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ,୨୩/୨/୨୦୨୧---୮,୪୦

Blog Archive

Popular Posts