Breaking News

ସାକ୍ଷୀଗୋପିନାଥ ହୋଲିବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ


 ସାକ୍ଷୀଗୋପଳ ------ ସାକ୍ଷୀଗୋପାଳ ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ବେଶ ଜଣାଶୁଣା । ସାକ୍ଷୀଗୋପିନାଥ ଦେବ ସରସ୍ୱତୀ ପୂଜା ଠାରୁ ଭକ୍ତ ମାନଙ୍କୁ ହୋଲି ବେଶରେ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ଦର୍ଶନ ଦେବେ । ମଙ୍ଗଳବାର ସଂଧୂପରେ ଚଳନ୍ତି ପ୍ରତିମା ମଦନମୋହନ ଓ ଦୋଳଗୋବିନ୍ଦ ଅରୁଣଖୁମ୍ଭ ପାଖରେ ପୂଜା ପାଇବେ । ସେଠାରେ ଉପଜାର , ଜାତଭୋଗ ଓ ବେଶ କରାଯିବ । ସାକ୍ଷୀଗୋପାଳ ଠାକୁର ଘୋଡଲାଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆଜି ଠାରୁ ଜାମା, ଘେର ଓ ପଗଡି ପିନ୍ଦି ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୨/୨୦୨୧----୯,୫୫

Blog Archive

Popular Posts