Breaking News

ନିର୍ଝରିଣୀ ପକ୍ଷରୁ କୋଶଲାଞ୍ଚଳର ରାଜଧାନୀ ରେ ଛେରଛେରା ଉତ୍ସବ

 
ବଲାଙ୍ଗୀର/ବଙ୍ଗୋମୁଣ୍ଡା------
ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ, କଣ୍ଟାବାଞ୍ଜୀ ଆନୁକୂଲ୍ୟରେ ୯ମ ଶତାବ୍ଦୀ ର ସୋମେଶ୍ୱର ମନ୍ଦିର ତଥା ଚଉଷଠି ଯୋଗିନୀ ମନ୍ଦିର ରାଣୀପୁର ଝରିଏଲ ଠାରେ ପଶ୍ଚିମ ଓଡ଼ିଶାର ଗଣ ଉତ୍ସବ ପୁଷପୁନି ସରସ୍ୱତୀ ପୂଜା ଦିନ  ପାଳିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଶ୍ରୀ ଅଶ୍ୱିନୀ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଵ୍ୟଙ୍ଗ କବି ଟିକେଲାଲ ବେହେରା ଯୋଗ ଦେଇଥିଲେ।କବି ନୀଳମଣି ସାହୁ,ପ୍ରଦୀପ କୁମାର ଦାଶ,ଦେବରାଜ ପାଣିଗ୍ରାହୀ ଓ ଆହ୍ଲାଦିନୀ ଦାଶଙ୍କ ସଂଯୋଜନାରେ ଶତାଧିକ କବି କୋଶଲୀ କବିତା ପାଠ କରିଥିଲେ।
କବି ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା ଓ ସଂଯୁକ୍ତା ପରିଛା ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ଶ୍ରୀ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  ଶ୍ରୀମତୀ ଛନ୍ଦାରାଣୀ ନାଏକ,ଜିଲ୍ଲା ପରିଷଦ ସଭ୍ୟା ମୁଖ୍ୟ ଅତିଥି, ଅଧ୍ୟାପକ ଶ୍ରୀ ଦିଲ୍ଲୀପ ପଶାୟତ, ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ଭାବେ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ଶିଶୁ ସାହିତ୍ୟିକ, ଡ଼.ନାରାୟଣ ମିଶ୍ର, ସଂପାଦନ ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇଥିଲେ।ସର୍ବ ପ୍ରଥମେ ସୁଶ୍ରୀ ସବିତା ଭୋଇ ଓ ତାଙ୍କ ଦ୍ୱାରା ପ୍ରକାଶିତ ଇନ୍ଦ୍ରଧନୁ ଶିଶୁ ପତ୍ରିକାର ଜନ୍ମ ଦିନ ପାଳନ କରାଯାଇଥିଲା।ତାପରେ ଇନ୍ଦ୍ରଧନୁ ଶିଶୁ ପତ୍ରିକା ଓ ପନତ କାନୀ ଦୁଇ ମାସିକ କୋଶଲୀ ପତ୍ରିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି।ଏହି ଅବସରରେ କୋଶଲୀ ଭାଷା, ନାଚ,ବାଦ୍ୟ, ଗୀତ ଓ କବିତାରେ ସୁନାମ ଅର୍ଜନ କରିଥିବା ପ୍ରତିଭା ଶ୍ରୀ ଶିବ ସିଂ ଭୋଇ, ଶ୍ରୀ ଅଶ୍ୱିନୀ କୁମାର ମହାନ୍ତି, ରାଜେଶ ଦଣ୍ଡସେନା,ସତ୍ୟ ନାରାୟଣ ମିଶ୍ର, ରେଣୁରଞ୍ଜନ ବାଗ,ଯୁଗ୍ମ ଭାବେ ସୁଦର୍ଶନ ଦୀପ ଓ ଥବିର ପୂଝାରିଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୋଶଲୀ କନ୍ଧାନ କଳାକାର ସଂଘ,ନାରେନର କଳାକାର ମାନଙ୍କ ଦ୍ୱାରା ଢାପ ଓ ଡାକା ନୃତ୍ୟ ପରିବେଷଣ କରାଯାଇଥିଲା।ଉପସ୍ଥିତ ଅତିଥି ମାନେ ରାଣୀପୁର ଝରିଏଲ କୁ ସରକାରୀ ସ୍ତରରେ ମାନ୍ୟତା ମିଳିବାକୁ କବି ମାନଙ୍କୁ ଲେଖନୀ ଚାଳନା କରିବାକୁ ଅନୁରୋଧ କରିଥିଲେ।ମାନ୍ୟତା ନ ମିଳିଲେ ଜନ ଆନ୍ଦୋଳନ କରିବାକୁ ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କହିଥିଲେ।ସଭା ଶେଷରେ  ସମ୍ପାଦିକା ଅଂଜଳି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମମତା ପଣ୍ଡା, ନିର୍ଝରିଣୀ ଦାଶ,ଉମେଶ ବେହେରା, ରମେଶ ବାରିକ,କେକୀସିଂ ଭୋଇ, ଅନନ୍ତ ବାଗ,କୁଞ୍ଜ ବିହାରୀ ସରାଫ,ତରୁଣ ଦୀପ,ସାଧବୀ ସାହୁ, ସୁରୁଚି ମିଶ୍ର, ବୃନ୍ଦାବନ କୁମ୍ଭାର, ସୁଧାକର ସାହୁ, ଅନୀଲ ନାଏକ, ରାଜୀବ ଭୋଇ, ସହଯୋଗ କରିଥିଲେ ।
ବଲାଙ୍ଗୀରରୁ ଅଶୋକ ଭୋଇ ,୧୭/୨/୨୦୨୧---- ୨,୪୦

Blog Archive

Popular Posts