Breaking News

ପଞ୍ଚାୟତର ବିକାଶ ପଥରେ ସରପଞ୍ଚ ସୁନୀଲ କୁମାର ରାଉତରାୟ



ଜଟଣୀ -ଜଟଣୀ ବ୍ଲକ ଅନ୍ତର୍ଗତ ଛଣଘର ପଞ୍ଚାୟତରେ ସରପଞ୍ଚ ସୁନୀଲ କୁମାର ରାଉତରାୟ ଉନ୍ନତ ଚିନ୍ତାଧାରା ମଧ୍ୟରେ ନିଜ ପଞ୍ଚାୟତର  ଉନ୍ନତି ଲକ୍ଷ୍ୟନେଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ କରକମଳରେ ଅନେକଗୁଡିଏ ପ୍ଳକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ସରପଞ୍ଚ ସୁନିଲ କୁମାର ରାଉତରାୟଙ୍କ ସମେତ ପଞ୍ଚାୟତ ବାସି ଓ ଅନେକ କଂଗ୍ରେସ କର୍ମୀ ତଥା ପୂର୍ବତନ ଜଟଣୀ ଚେୟାରମ୍ୟାନ ସଂଗ୍ରାମ ରାଉତରାୟ, କଂଗ୍ରେସ ରାଜନୈତିକ ସଚିବ କଳିଙ୍ଗ ସାହୁ, ବସନ୍ତ ସାହୁ, ଶ୍ରୀନିବାସ ସାହୁ, ସୁଧାକର ପାଇକରାୟ, ବାଳକୃଷ୍ଣ ସ୍ୱାଇଁ, ଋଷିଆ ଜେନା, ଗଣେଶ ସାହୁ, ବ୍ରହ୍ମା ନନ୍ଦ ରାୟ, ମାନ ଭଟ୍ଟ, ଏସ. ହେଚ. ଜି. ସଭାପତି ଜାନକୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ଗୋପୀନାଥପୁର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଏକ ମିଶନ ଶକ୍ତି ଗୃହର ଶିଳାନ୍ୟାସ କରିଥିଲେ । ସେଞ୍ଚୁରୀୟାନ ବିଦ୍ୟାଳୟର ପାଖ ଖଣ୍ଡୁଆଳ ମନ୍ଦିର ପରିସରରେ ଏକ ଗ୍ରାମୀଣ ଉଦ୍ୟାନ ଏବଂ ନବ ନିର୍ମିତ ତୋରଣକୁ ଉଦଘାଟନ କରିଥିଲେ । କୁସୁମାଟି ଗ୍ରାମରେ ଏକ ଅଙ୍ଗନବାଡିର ନୂତନ କୋଠା ଉଦଘାଟନ କରାଯାଇଥିଲା । ଉତ୍ତରାୟଣୀ ମନ୍ଦିର ପାଖରେ ଏକ ଯୁବକ ସଂଘର ଗୃହ ପାଇଁ ଶିଳାନ୍ୟାସ କରିଥିଲେ । ମାଝି ବଗିଚା ଖେଳପଡ଼ିଆରେ ଏକ ନୂତନ ଗୃହର ଶିଳାନ୍ୟାସ କରାଯାଇଥିଲା , ଛଣଘର ହନୁମାନ ମନ୍ଦିରରେ ଯଜ୍ଞମଣ୍ଡପ, ଗତିଶ୍ୱର ମହାଦେବଙ୍କ ଦୋଳ ଗୃହ, କୁସୁମାଟି ଗ୍ରାମରେ ଶୁଦ୍ଧକ୍ରିୟା ମଣ୍ଡପ, ଛଣଘର ଗ୍ରାମରେ ମଙ୍ଗଳା ମଣ୍ଡପ ଏବଂ ଶେଷରେ ଗତିଶ୍ୱର ଦେବଙ୍କ କମ୍ୟୁନିଟି ଗୃହ ଓ ଏକ ଜିମନାସିୟମ କୁ ବିଧାୟକ ଉଦଘାଟନ କରିଥିଲେ । ଶେଷରେ ସରପଞ୍ଚ ସୁନିଲକୁମାର ରାଉତରାୟ ଜଟଣୀ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ମଧ୍ୟରୁ କୁସୁମାଟି ଛଣଘର ପଞ୍ଚାୟତ କୁ ୧ ନଂ ପଞ୍ଚାୟତରେ ପରିଣତ କରିବାକୁ ପ୍ରତିଶୃତି ଦେଇଥିଲେ । ପଞ୍ଚାୟତର ବିକାଶ ପଥରେ ସରପଞ୍ଚ ସୁନୀଲ କୁମାର ରାଉତରାୟ ଗୋଟିଏ ପାଦ ଆଗରେ ।
ଜଟଣୀ -ରଙ୍ଗନାଥ ବେହେରା ,୧୭/୨/୨୦୨୧----୮,୧୫ 

Blog Archive

Popular Posts