Breaking News

ଡି,ପି, ଏଲ ଟିମର ମାଲିକ ଓ ଆଇକନ ମାନଙ୍କୁ ନେଇ ଏକ ବୈଠକ ; ୨୮ରେ କିଣାବିକା ହେବେ ଖେଳାଳି


 ଡେଲାଙ୍ଗ --- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଆଇପିଏଲ ଭଲି ଡି,ପି,ଏଲ ନାମରେ ଏକ କ୍ରିକେଟ ଖେଳ ଆୟୋଜନ କରାଯାଉଛି । ଆଇପିଏଲ ପରି ଖେଳାଳି ମାନଙ୍କୁ ୬ଟିମର ମାଲିକ ମାନେ ନିଲାମ ମାଧ୍ୟମରେ କିଣାବିକା କରିବେ । ମାର୍ଚ୍ଚ ୩ ତାରିଖରୁ ଏହି ପ୍ରିମିୟର ଲିଗ ମ୍ୟାଚ ଆରମ୍ଭ ହେବ । ୨୮ ତାରିଖରେ ଖେଳାଳି ମାନଙ୍କୁ ନିଲାମ ଡକାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଡେଲାଙ୍ଗ ଷ୍ଟେସନ ସ୍ଥିତ ପ୍ରଭାତ କ୍ଳବ ପରିସରରେ ପ୍ରଦୀପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡେଲାଙ୍ଗ ଗ୍ରୀନ, ଡେଲାଙ୍ଗ ବ୍ଳୁ, ଡେଲାଙ୍ଗ ରେଡ, ଡେଲାଙ୍ଗ ପିଙ୍କ, ଡେଲାଙ୍ଗ ଅରେଞ୍ଜ, ଡେଲାଙ୍ଗ ୟଲୋ ନାମରେ ୬ଟି ଦଳର ମାଲିକ  ଓ ଆଇକନ ମାନେ ଯୋଗ ଦେଇଥିଲେ ।  ବିଶେଷ କରି ଡି.ପି,ଏଲ- ୩ ମ୍ୟାଚ କିପିର ସୂଚାର ରୁପେ ସମ୍ପାଦନ କରାଯିବ ଏବଂ ମ୍ୟାଚର ନିୟମାବଳୀ ଉପରେ ବସ୍ତୁତ ଆଲେଚନା କରାଯାଇଥିଲା । ଡି,ପି,ଏଲ -୩ ମ୍ୟାଚର ଆୟୋଜକ ଛାଟୋଇ ମୋତିଲାଲା ରାୟ, ବୀରେନ୍ଦ୍ର କୁଅଁର, ପ୍ରଦୀପ କୁମାର ସେଠୀ, ମନୋରଞ୍ଜନ ଜେନା , ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୧---୪,୦୫

Blog Archive

Popular Posts