ମା ମାନେ ଶିଶୁର ଯତ୍ନ ନେବା ସର୍ମ୍ପକିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଡେଲାଙ୍ଗ----- ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମା ମାନେ ସେମାନଙ୍କର ଶିଶୁ ମାନଙ୍କ ଯତ୍ନ କିପରି ଭାବେ ନେଇ ପାରିବେ ସେ ନେଇଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଶିକ୍ଷକ ରାଜକିଶୋର ସ୍ୱାଇଁ ଶିବିରରେ ଯୋଗ ଦେଇ ମା ମାନେ କିପରି ଶିଶୁ ମାନଙ୍କର ଯତ୍ନ ନେବେ ସେ ସମ୍ପର୍କରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସନ୍ତୋଷ କୁମାର ତ୍ରିପାଠୀ, ଡା. ସନ୍ତୋଷ ନାୟକ, ବିପିଏମ ଦିଲ୍ଲିପ କୁମାର ପରିଡା ପ୍ରମୁଖଙ୍କ ସହିତ ୧୧୩ ଜଣ ଆଶାକର୍ମି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶେଷରେ ଡା.ସନ୍ତୋଷ ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୨/୨୦୨୧-----୯,୩୫