ନାଗେଶ୍ୱର ମହାଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଷୋଡଶତମ ସାମ୍ବତ୍ସରିକ ଉତ୍ସବ
ଜଟଣୀ------ ଜଟଣୀସ୍ଥିତ ପାତ୍ରପଡା ଜଗନ୍ନାଥପୁର ଶ୍ରୀ ନାଗେଶ୍ୱର ମହାଦେବଙ୍କ ପୀଠରେ ମହାରୁଦ୍ର ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ଷୋଡଶତମ ସାମ୍ବତ୍ସରିକ ଉତ୍ସବ ଉଦଯାପିତ ହୋଇଯାଇଛି । ଶନିବାର ଅଙ୍କୁରରୋପଣ ହୋଇଥିବା ବେଳେ ରବିବାର ଶାଲା ମଣ୍ଡନ,ଜଳଯାତ୍ରା ଓ ଅଗ୍ନିସ୍ଥାପନ କାର୍ଯ୍ୟ ସମାପନ ହୋଇଥିଲା । ସେହିପରି ସୋମବାର ସୂର୍ଯ୍ୟପୂଜା,ଗୋପୂଜା,ଆହୁତି ଏବଂ ପରିଶେଷରେ ପୁଷ୍ପାଜଂଳୀ ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳବାର ତଥା ଅନ୍ତିମ ଦିବସରେ ସର୍ବସାଧାରଣଙ୍କଲାଗି ପ୍ରସାଦ ସେବନ,ସୂର୍ଯ୍ୟପୂଜା,ଗୋପୂଜା,ରୁଦ୍ରାଭିଷେକ ସହିତ ସଂଧ୍ୟାରେ ପୁର୍ଣ୍ଣହୁତି ଦିଆଯାଇଥିଲା । ଏହି ଅବସରରେ ପ୍ରତ୍ୟେକଦିନ ସଂଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ବିଶ୍ୱନାଥ ଷଡଙ୍ଗୀଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞର ପୁରୁଧାଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଧାୟକ ପ୍ରତିନିଧୀ ଲକ୍ଷ୍ମୀଧର ବିଶ୍ୱାଳ ପରିଚାଳନା କରିଥିବା ବେଳେ ଏଥିରେ ଅତିଥୀଭାବେ ଜଟଣୀବିଧାୟକ ସୁରେଶ କୁମାର ରାଉତରାୟ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିଲେ ଜଟଣୀରୁ ରଙ୍ଗନାଥ ବେହେରା, ୧୮/୨/୨୦୨୧-----୬,୦୫