Breaking News

ଡକାୟତି ଘଟଣାରେ ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ

 ଫୁଲବାଣୀ----ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଏକ ଡକାୟତି ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଗିରଫ କରିଛି ଫୁଲବାଣୀ ଟାଉନ୍ ଥାନା ପୋଲିସ । ଗତ ୯ ତାରିଖ ଏକ ପର୍ଯ୍ଯଟନ ସ୍ଥଳୀ ଉର୍ମା ଗଡ କୁ ଯାଇଥିବା ବେଳେ ସେଠାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଓ ଅନ୍ୟ ୪ ଜଣ ଢେଙ୍କାନାଳ ରୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ କାମାକ୍ଷା ବେହେରା ଓ ତାଙ୍କ ସାଙ୍ଗମାନଙ୍କୁ ମାରଧର କରିବା ସହ ତାଙ୍କଠାରୁ ଲୁଟ କରିଥିଲେ । ଗତ ୧୧ ତାରିଖ ଦିନ ଏନେଇ ଫୁଲବାଣୀ ଟାଉନ୍ ଥାନା ରେ ଏକ ମାମଲା ରୁଜୁ ହୋଇଥିଲା ା ଆଜି ଫୁଲବାଣୀ ଟାଉନ୍ ଥାନା ପୋଲିସ ତାଙ୍କୁ ଗିରଫ କରି  ତାଙ୍କୁ ମେଡିକାଲରେ କୋଭିଡ ଟେଷ୍ଟ କରି ଫୁଲବାଣୀ କୋର୍ଟ ରେ ହାଜର କରିଛି । କେସ୍ ନଂ ୨୪/୨୧ ରେ୧୭୦,୪୧୭,୪୧୯,୩୮୪,୩୯୫ ଦଫା ଲଗାଯାଇଛି । ଦେବେନ୍ଦ୍ର ଙ୍କ ସହ ଆଉ ଜଣେ ଆଇ ଆର ଜବାନ ଗିରଫ ସହ ଆଉ ତିନି ଜଣ ଫେରାର୍ ହୋଇଛନ୍ତି । ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ,୨୪/୨/୨୦୨୧-----୬,୫୦

Blog Archive

Popular Posts