ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧ ଓ ଶିଶୁ ଭବନର ୪୨ତମ ପ୍ରତିଷ୍ଠା ଦିବସ ପାଳିତ
ସାକ୍ଷୀଗୋପାଳ---- ଭଲ ମଣିଷ ହୁଅର ଆହ୍ୱାନ ଦେଇଥିବା ପୁଜ୍ୟ ଆଚାର୍ଯ୍ୟ ହରିହର ଦାସଙ୍କ ସ୍ମୃତିଙ୍କୁ ଉଜ୍ୱିବୀତ କରି ରଖିବାକୁ ଅନୁଷ୍ଠିତ ସଭାରେ ବକ୍ତାମାନେ ଉପସ୍ଥିତ ଥିବା ଅନ୍ତୋବାସୀ ମାନଙ୍କୁ ଆହ୍ୱନ ଦେଇଥିଲେ । ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧ ଦିବସ ଓ ସ୍ୱର୍ଗତ ବାମନ ଚରଣ ଦାଶଙ୍କ ଦ୍ୱାରା ସତ୍ୟବାଦୀରେ ପ୍ରତିଷ୍ଠାତା ଲାଭ କରିଥିବା ଆଚାର୍ଯ୍ୟ ହରିହର ଶିଶୁ ଭବନର ୪୨ ତମ ପ୍ରତିଷ୍ଠା ଦିବସ ରବିବାର ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ପରିସରରେ ଥିବା ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଅନ୍ତୋବାସୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ହୃଷିକେଷ ଦାଶ ଅନୁଷ୍ଠାନର ବାଷିକ ବିବରଣୀ ପାଠ କରିଥିଲେ । ଏହି ସଭାରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ରଘୁନାଥ ମହାପାତ୍ର ଯୋଗଦେଇ ଉତ୍କଳ ମଣି ଗୋପବନ୍ଧୁଙ୍କ ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଆଚାର୍ଯ୍ୟ ହରିହର । ସେ ଓଡିଆ ଭାଷାର ପ୍ରସାର ପ୍ରଚାର, ମୌଳିକ ଶିକ୍ଷାର ପ୍ରସାର ପ୍ରଚାର କରିବା ସହ ଆଚାର୍ଯ୍ୟ ମହାଶୟ ବିଭିନ୍ନ ଜନସେବାରେ ବ୍ରତୀ ଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ , ସମ୍ମାନୀୟ ଅତିଥି ଭାବେ ସମ୍ଭକାର , ଗାନ୍ଧୀବାଦୀ ଗୌୀରଙ୍ଗ ଚରଣ ପରିଡା , ରାଜେଶ କୁମାର ମିଶ୍ର, ଡକ୍ଟର ପୂର୍ଣ୍ଣଚନ୍ଦ୍ର ତିପାଠି, ଅନ୍ୟ ମାନଙ୍କ ମଧ୍ୟରେ ନଟବର ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ସାହୁ, ଅଶ୍ୱନି ନନ୍ଦ, ଅନୁଷ୍ଠାନର ସହ ସମ୍ପାଦକ ତାରେଶୀ ପ୍ରସାନ ମିଶ୍ରଙ୍କ ସହ ଅନୁଷ୍ଠାନର ପରିଚାଳନା କମିଟିର ସଦସ୍ୟ ବାବନ ବରାଳ, ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ସ୍ମତି ଓ ତାଙ୍କ ନାମକୁ ସତ୍ୟବାଦୀରେ ଜୀବିତ ରଖିଥିବା ସ୍ୱର୍ଗତ ବାମନ ଦାସଙ୍କ ସ୍ମୁତି ଚାରଣ କରିଥିଲେ । ଶିଶୁ ଭବନର ପରିଚାଳକ ପ୍ରମୋଦ କୁମାର ଜେନା, ଶାନ୍ତି ଲତା ଚୌଧୁରୀ ଲକ୍ଷ୍ମୀଧର ସାହୁ,କୃଷ୍ଣପ୍ରସାଦ ପଣ୍ଡା ଓ ଦେବଯାନୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପ୍ରଥମ କରି ଅନୁଷ୍ଠାନର ମୁଖପତ୍ର ପ୍ରୟାସ ନାମକ ଏକ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଜିତ ହୋଇଥିଲା । ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ରାଜଲକ୍ଷ୍ମୀ ଦାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୨/୨୦୨୧