ଜଟଣୀ ଓକିଲ ସଂଘର ଜରୁରୀ ବୈଠକ ଅନୁଷ୍ଠିତ
ଜଟଣୀ----ଜଟଣୀ ଓକିଲ ସଂଘର ଏକ ସାଧାରଣ ବୈଠକ ନିଜସ୍ୱ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂଘର ସଭାପତି ଅଧିଵକ୍ତା କାହ୍ନୁ ଚରଣ ପ୍ରଧାନ ବୈଠକର ସଭାପତିତ୍ବ କରିଥିଲେ । ସଂଘର ସମ୍ପାଦକ ଶିବ ପ୍ରସାଦ ରଥ ବୈଠକରେ ଉପସ୍ଥିତ ରହି ସମସ୍ତ ସଭ୍ୟମାନଙ୍କୁ 2021-2022 ର ସଂଘର ନିର୍ବାଚନ, ରାଜ୍ୟ ବାର କାଉନସିଲର ଚିଠି ଓ ପ୍ରସ୍ତାବ ବିଷୟରେ ଅବଗତ କରାଇଥିଲେ । ଆସନ୍ତା ନିର୍ବାଚନ ତା -27-3-2021ରିଖରେ ଅନୁଷ୍ଠିତ ହେବ । ଉପସ୍ଥିତ ସଭ୍ୟମାନଙ୍କର ଏକତ୍ର ସହମତିରେ ବରିଷ୍ଠ ଅଧିବକ୍ତା ଅକ୍ଷୟ କୁମାର ସାହୁ ଆସନ୍ତା ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତ କରାଯାଇ ସଭା ସାଙ୍ଗ କରାଯାଇଥିଲା ।
ଜଟଣୀ -ରଙ୍ଗନାଥ ବେହେରା ,୨୫/୨/୨୦୨୧---୮,୧୫