ଟ୍ରେନ ଆଗକୁ ଡେଇଁ ବୃଦ୍ଧଙ୍କର ମୃତ୍ୟୁ
ସାକ୍ଷୀଗୋପାଳ ----- ପୁରୀ - ଖୋର୍ଦ୍ଧା ରୋଡ ରେଳପଥର ସାକ୍ଷୀଗୋପାଳ ରେଳ ଷ୍ଟେସନ ଅଧିନ ବୀରରାମଚନ୍ଦ୍ରପୁର ଲେବୁଲ କଂସ୍ରି ନିକଟରେ ଥିବା ଧବଳେଶ୍ୱର ମନ୍ଦିର ନିକଟରେ ଟ୍ରେନ ଅଗାକୁ ଡେଇଁ ଆତ୍ମହତ୍ୟା କରିଥବା ଜଣାପଡିଛି । ଖବର ପାଇ ସାକ୍ଷୀଗୋପାଳ ରେଳୱ ଜିଆରପି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରିଥିଲେ । ତଦନ୍ତ ସମୟରେ ଏକ ମନିପର୍ସରୁ ଡିଏଲ ଓ ଆଧାର କାର୍ଡ ମିଳିଥିଲା ।ସେଥିରେ ତାଙ୍କ ନାମ ଅଜୟ ସାହୁ (୫୩) ମାଟି ମଣ୍ଡପ ସାହୁ, ପୁର ବୋଲି ଜଣାପଡିଛି । ଉକ୍ତ ପରିବାର ସହିତ ଯୋଗାଯୋଗ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୧----୬,୨୦