ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ । ଏହି ଅବସରରେ ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି ଓ ମିହିର ମିଶ୍ର ସି.ଭି.ରମଣଙ୍କ ବିଜ୍ଞାନ ପ୍ରତି ଅବଦାନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଶିକ୍ଷକ ସନ୍ତୋଷ କୁଣ୍ଡୁ, ବସନ୍ତ କୁମାର ପ୍ରଧାନ ପିଲାମାନଙ୍କୁ ବୋର୍ଡ ପରୀକ୍ଷା ପ୍ରସ୍ତୁତି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥଲେ। ଶିକ୍ଷୟତ୍ରୀ ବିନୋଦିନୀ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପ୍ରସ୍ତୁତି ପାଇଁ ସମୟ ସାରଣୀ ପ୍ରଦାନ କରିଥିଲେ ।ଏହି ଅବସରରେ ବକୃତାରେ ସ୍ୱାଧୀନା ମିଶ୍ର, କବିତାରେ ମୌସୁମୀ କାଣ୍ଡି ଓ ପ୍ରବନ୍ଧରେ ଶୁଭ୍ରଜ୍ୟୋତି ବରାଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କୁ ପ୍ରଧାନଶିକ୍ଷକ ମାନପତ୍ର ପ୍ରଦାନ କରିଥିଲେ।ପରିଶେଷରେ ଶିକ୍ଷକ ସତ୍ୟବ୍ରତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକର୍ମୀ ଶିବ ପ୍ରସାଦ ଶତପଥୀ ଓ ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ୨୮/୨/୨୦୨୧, ୯,୦୦