Breaking News

ମୋ ସ୍କୁଲ ଅଭିଯାନ ଆକାଉଣ୍ଟରେ ୫ହଜାର ୫ଶହ ଟଙ୍କା ଡିପୋଜିଟ

 


ସାକ୍ଷୀଗୋପାଳ ------ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପୁରାତନ ଛାତ୍ର ଛାତ୍ରୀ ଓ ଶିକ୍ଷାପ୍ରେମୀ ମାନେ ଯେତିକି ଟଙ୍କା ଡିପୋଜିଟ କରିବେ ରାଜ୍ୟ ସରକାର ସେତିକି ପରିମାଣର ଅର୍ଥ ବିଦ୍ୟାଳୟର ଉନ୍ନତି କରିବା ପାଇଁ ଅନୁମତି ଦେବେ । ସେହି କଥାକୁ ନଜର କରି ୧୯୮୮ବ୍ୟାଚର ୬ଜଣ ଛାତ୍ର ସତ୍ୟବାଦୀ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଦେବି ପ୍ରସାଦ ମହାରଣା, ଡ. ସେକ ଅବଦୁଲ ନସିମ, ଉଲାସ ମହାନ୍ତି, ସୁବ୍ରତ ବରାଳ, ଡ. ନଖିଳ ରଞ୍ଜନ ନାୟକ, ପ୍ରେମାଜିତ ଦାସ ଓ ଜିତେନ୍ଦ୍ର ପଟ୍ଟନାୟକ । ଏମାନେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ  ଭବମ ପ୍ରଧାନଙ୍କୁ ମୋ ସ୍କୁଲ ଅଭିଯାନ ଫଣ୍ଡକୁ ୫ହଜାର ୫ଶହ ଟଙ୍କା ଚେକ ପ୍ରଦାନ କରିଥିଲେ । ଆଗକୁ ଏହି ଯୋଜନାରେ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କୁ ଏକାଠି କରାଯାଇ ବିଦ୍ୟାଳୟର ଉନ୍ନତି ପାଇଁ ଅଧିକ ଅର୍ଥ ଜମା କରାଯିବା ପାଇଁ ଯୋଜନା କରାଯାଇଥିବା ଜଣାପଡିଛ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୨/୨୦୨୧----୮,୦୦

Blog Archive

Popular Posts